କନକ ବ୍ୟୁରୋ: ଛତିଶଗଡରେ ମାଓବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଛତିଶଗଡର ଡଚାକୋନା ଜଙ୍ଗଲରେ ଏନକାଉଁଟର । ଯବାନଙ୍କ ଗୁଳିରେ ୩ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବହୁ ପରିମାଣର ବିସ୍ଫୋରକ, ବନ୍ଦୁକ, ଗୁଳି ସହ ମାଓସାମଗ୍ରୀ ଜବତ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ମୋଷ୍ଟ ୱାଂଟେଡ ଦରଭା ଡିଭିଜନର ଏଲଓଏସ କମାଣ୍ଡର ଲକ୍ଷ୍ମଣ କୋହରାମୀ । ତାଙ୍କ ସୂଚନା ଯିଏ ତା ପାଇଁ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ସୁକୁମା ପୋଲିସ । ସେହିପରି ଯବାନଙ୍କ ଗୁଳିରେ କଟେକଲ୍ୟାଣ ଏରିଆ କମିଟି ସଦସ୍ୟ ଜଗଦୀଶ ସୋଢୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଜଗଦୀଶଙ୍କ ମୁଣ୍ଡ ପାଇଁ ମଧ୍ୟ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

Advertisment

ଡଚାକୋନା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଖବର ପାଇ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଡିଆରଜି, ବସ୍ତର ଫାଇଟର୍ସ, ସିଏଏଫ ଓ ସିଆରପିଏଫ ଯବାନ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଜଙ୍ଗଲ ଭିତରେ ସୁର କ୍ଷା କର୍ମୀଙ୍କୁ ଦେଖି ମାଓବାଦୀମାନେ ପ୍ରଥମ ଗୁଳି ମାଡ କରିଥିଲେ । ଯବାନ ପାଲଟା ଜବାବ ଦେଇଥିଲା, ଆଉ ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।