କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଡ଼କାୟତଙ୍କୁ କାବୁ କଲେ ଗାଁ ଲୋକେ । ବଲାଙ୍ଗିର ଲୋଇସିଂଘା ଥାନା କୁଟାସିଂହା ଗାଁ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ପୋଲିସ ଡ଼କାୟତ ମୁହାଁମୁହିଁ ହୋଇଛନ୍ତି । ଲୋଇସିଂହା ନିକଟରେ ଦୁଇଭାଇ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ଲାପଟପ୍ ଲୁଟ୍ କରି ଫେରାର ହେଉଥିଲେ ୫ଜଣିଆ ଡ଼କାୟତ ଦଳ । ଖବର ପାଇ ଲୋଇସିଂହ ପୋଲିସ ଡ଼କାୟତ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଛନ୍ତି ।
ସୂଚନା ମୁତାବକ, କୁଟାସିଂହା ନିକଟରେ ଥିବା ଏକ ଜଙ୍ଗଲ ଭିତରେ ଡ଼କାୟତ ମାନେ ପୋଲିସ ଉପରକୁ ଗୁଳିମାଡ଼ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ପୋଲିସ ଏବଂ କୁଟାସିଂହା ଗାଁ ଲୋକେ ଘେରାବନ୍ଦୀ କରି ଡ଼କାୟତ ମାନଙ୍କୁ କାବୁ କରିଛନ୍ତି । ପରେ ଡ଼କାୟତ ମାନେ ପିସ୍ତଲ ଫିଙ୍ଗି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦୁଇଜଣ ଡ଼କାୟତ ଫେରାର ହୋଇଥିବା ବେଳେ ୩ଜଣ ଡ଼କାୟତଙ୍କୁ କାବୁ କରି ଲୋଇସିଂହା ଥାନାରେ ଅଟକ ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/OTS-1-1.png)