ଖୁବଶୀଘ୍ର ପ୍ରାୟ ୩ ଲକ୍ଷ କର୍ମଚାରୀଙ୍କୁ ସମୟ ପୂର୍ବରୁ ଅବସର ଦେଇପାରେ ରେଳ ବିଭାଗ । ଜାଣନ୍ତୁ କେଉଁ କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା ।

Advertisment
ଖୁବଶୀଘ୍ର ପ୍ରାୟ ୩ ଲକ୍ଷ କର୍ମଚାରୀଙ୍କୁ ସମୟ ପୂର୍ବରୁ ଅବସର ଦେଇପାରେ ରେଳ ବିଭାଗ । ଜାଣନ୍ତୁ କେଉଁ କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା ।

କାମ ଠକୁଥିବା କର୍ମଚାରୀଙ୍କୁ ଲାଗିବ ବଡ ଝଟକା । ଏଭଳି କର୍ମଚାରୀଙ୍କୁ ଛଟେଇ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ରେଲୱେ ବିଭାଗ । ଏନେଇ ସମସ୍ତ ଜୋନାଲ ଅଫିସକୁ କାମ ଠକ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଛି ରେଳୱେ ବିଭାଗ । ରେଲ ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସମସ୍ତ ଜୋନାଲ ଅଫିସକୁ ଏଭଳି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି ଯେଉଁମାନେ ୫୫ ବର୍ଷ ପାର କରିଥିବେ କିମ୍ବା ୨୦୨୦ର ପ୍ରଥମ ତିନି ମାସ ମଧ୍ୟରେ ଚାକିରିର ୩୦ ବର୍ଷ ପୂରଣ କରୁଥିବେ ଓ ପେନସନ୍ ପାଇବାକୁ ଯୋଗ୍ୟ ହେଉଥିବେ ।

ରେଲୱେ ପକ୍ଷରୁ ଏଭଳି ନିର୍ଦ୍ଦେଶାନାମା ଚିଠି ମାଧ୍ୟମରେ ସମସ୍ତ ଜୋନାଲ ଅଫିସକୁ ୨୭ ଜୁଲାଇରେ ପଠାଯାଇଛି । ତେବେ ଅଗଷ୍ଟ ୯ ତାରିଖ ସୁଦ୍ଧା ସମସ୍ତ ଜୋନାଲ ଅଫିସକୁ ଏହି ଚିଠି ପହଞ୍ଚାଇବାକୁ କୁହାଯାଇଛି । ତେବେ ଏହାପରେ ସମୀକ୍ଷା କରାଯାଇ କେତେ ଜଣ କର୍ମଚାରୀ କାମ ଠକୁଛନ୍ତି ସେମାନଙ୍କର ତାଲିକା ପ୍ରସ୍ତୁତ କରାଯିବ ଓ ସେମାନଙ୍କୁ ଚାକିରୀ କାଳ ପୂରିବା ପୂର୍ବରୁ ଅବସର ଦିଆଯିବ । ଲୋକସଭାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବିଭିନ୍ନ ସରକାରୀ ବିଭାଗରେ ଗ୍ରୁପ ଏ ଗ୍ରୁପ ବିରେ କାମ କରୁଥିବା ପ୍ରାୟ ୧.୧୯ ହଜାର କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରାଯାଇଛି ।

ରେଳ ବିଭାଗରେ ଏବେ ପ୍ରାୟ ୧୩ ଲକ୍ଷ କର୍ମଚାରୀ କାମ କରୁଛନ୍ତି ଓ ୨୦୨୦ ସୁଦ୍ଧା ଏହାକୁ ହ୍ରାସ କରାଯାଇ ୧୦ ଲକ୍ଷ କରାଯିବ । ତେଣୁ ପ୍ରାୟ ୩ ଲକ୍ଷ କର୍ମଚାରୀଙ୍କୁ ଚାକିରି ଅବଧି ସରିବା ପୂର୍ବରୁ ଅବସର ଦେବାକୁ ଯୋଜନା କରାଯାଉଛି । ଏପରିକି କର୍ମଚାରୀଙ୍କ ମାନସିକ, ଶାରୀରିକ ଫିଟନେଓ, ଉପସ୍ଥାନ ଓ ଅନୁଶାସନ ବାବଦରେ ମଧ୍ୟ ତଥ୍ୟ ମଗାଯାଇଛି । ତେଣୁ ଖୁବଶୀଘ୍ର କିଛି କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବା ନେଇ ବଡ ନିଷ୍ପତି ନେଇପାରେ ରେଳ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe