କନକ ବ୍ୟୁରୋ: ଭୁବନେଶ୍ୱରେ ବଡ ଧରଣର ଲୁଟ । ଗ୍ରିଲ ତାଡି ଲୁଟିନେଲେ ୩ ଲକ୍ଷ ଟଙ୍କା ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ । ସିଟିଟିଭିରେ କଏଦ ହେଲା ଦୃଶ୍ୟ । ଇଲେକ୍ଟ୍ରିକାଲ କଂଟ୍ରାକ୍ଟରଙ୍କ ଅଫିସରେ ପଶି କଳାକନା ବୁଲାଇଲେ ୪ ଦୁର୍ବୃତ୍ତ । ଲୁଟ ପାଇଁ ପୁରା ଯୋଜନା ପ୍ରସ୍ତୁତ କରିଥିଲେ ୪ ଦୁର୍ବୃର୍ତ୍ତ । ପ୍ରଥମରେ ଗ୍ରୀଲ କାଟିଥିଲେ । ପରେ ଦୁଇ ଜଣ ଅଫିସ ଭିତରକୁ ପଶି ଟଙ୍କା ସହ ସୁନା ଓ ରୂପା କଏନ ଲୁଟ କରିଥିଲେ । ଆଉ ଦୁଇ ଜଣ ବାହାରେ ପ୍ରହରା ଦେଉଥିଲେ । ପ୍ରାୟ ଏକ ଘଂଟା ଥିଲା ପୁରା ଅପରେସନ । ତେବେ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।