କନକ ବ୍ୟୁରୋ: ଆମେରିକା ଆରଗନ୍ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ । ପାଖାପାଖି ୩ ଲକ୍ଷ ଏକର ପରିବ୍ୟାପ୍ତ ଜଙ୍ଗଲ ନଷ୍ଟ ହୋଇଛି । ୮୦ ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ନିଆଁ ଜୁଲାଇ ୬ ତାରିଖରୁ ଲାଗିରହିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ରୂପେ ଆୟତ କରାଯାଇପାରିନାହିଁ । ନିଆଁ ଲିଭାଇବାକୁ ଦୁଇ ହଜାରରୁ ଅଧିକ ଫାୟାର ଫାଇଟର୍ସ ନିୟୋଜିତ ହୋଇଥିଲେ ମଧ୍ୟ ପବନର ବେଗ ସାମାନ୍ୟରୁ ଅଧିକ ଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ ।
ନିଆଁ ଯୋଗୁଁ ୨ହଜାରରୁ ଅଧିକ ଲୋକଙ୍କୁ ନିଜ ଘର ଛାଡି ଅନ୍ୟତ୍ର ଯିବାକୁ ପଡିଥିବାବେଳେ ଦେଢଶହରୁ ଅଧିକ କୋଠା ଓ ବାସଘର ନଷ୍ଟ ହୋଇଛି । ନିଆଁ ଲାଗିବାର ସଠିକ କାରଣ ଏଯାଏଁ ଜଣାପଡିନାହିଁ । ଏହାକୁ ଆମେରିକାବାସୀ ବର୍ଦ୍ଧିତ ତାପାମାତ୍ରା ଓ ଏଥିଯୋଗୁଁ ପାଣିପାଗ ପରିବର୍ତ୍ତନ ଜନିତ ସମସ୍ୟାକୁ ସାମନା କରିବେ ବୋଲି ବିଶେଷଜ୍ଞ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/hhh.jpg)