କାଠମାଣ୍ଡୁରେ ବିମାନ ଦୁର୍ଘଟଣା ! ୩ ମୃତ, ୪ ଆହତ ।

341

କାଠମାଣ୍ଡୁରେ ଅଭାବନୀୟ ଘଟଣା । ନେପାଳର ଲୁକ୍‌ଲାଠାରେ ଥିବା ତେନଜିଂ-ହିଲାରି ବିମାନ ବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବିମାନ ବନ୍ଦରରେ ପାର୍କ ହୋଇଥିବା ଆଉ ଏକ ବିମାନରେ ବିମାନଟି ପିଟି ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେହି ମୃତକଙ୍କ ଭିତରେ ଜଣେ ପୁଲିସ୍‌ ଅଫିସର୍‌ ମଧ୍ୟ ଅଛନ୍ତି । ତେବେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିଚୟ ଏବେ ବି ଜଣାପଡ଼ି ନାହିଁ ।

 

ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କାଠମାଣ୍ଡୁ ହସ୍ପିଟାଲକୁ ପଠାଯାଇଛି । ଏହି ଦୁର୍ଘଟଣାକୁ ଦେଖିଥିବା ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ବିମାନଟି ଟେକ୍‌-ଅପ୍‌ କରିବା ସମୟରେ ଏପରି ଘଟିଥିଲା । ଏହି ଦୁର୍ଘଟଣା ପରେ ଉକ୍ତ ବିମାନବନ୍ଦରରେ ବିମାନ ଚଳାଚଳରେ ସାମାନ୍ୟ ବ୍ୟାଘାତ ଘଟିଛି ବୋଲି ସୂଚନା ରହିଛି । ଦୁର୍ଘଟଣା ଘଟିଥବା ସୁମିଟ୍‌ ବିମାନରେ ସମୁଦାୟ ୧୪୯ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୧୪୨ ଜଣ ଯାତ୍ରୀ ଥିବା ବେଳେ ୭ ଜଣ କ୍ରିୟୁ ମେମ୍ବର ଥିଲେ ।