କନକ ବ୍ୟୁରୋ : ଛତିଶଗଡର ବିଜାପୁର ଜିଲ୍ଲା ତରରେମ୍ ଠାରେ ନକ୍ସଲ ଓ ସୁରକ୍ଷା କର୍ମୀମାନଙ୍କ ଭିତରେ ହୋଇଥିବା ସଂଘର୍ଷରେ ଡିଆରବି ଓ ସିଆରପିଏଫର ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
କିଛିମାସ ପୂର୍ବରୁ ନକ୍ସଲମାନେ ଯବାନଙ୍କର ଏକ ବସକୁ ଆଇଡି ବିସ୍ଫୋରଣରେ ଉଡାଇ ଦେଇଥିଲେ । ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିଲେ । ନାରାୟଣପୁର ଠାରେ ଯବାନଙ୍କ ବସ୍ ଉପରେ ଏଭଳି ଆକ୍ରମଣ କରିଥିଲେ ନକ୍ସଲ ।
କହିରଖୁ କି ୨୦୨୧ ଫେବୃଆରୀ ୨ ତାରିଖରେ ଲୋକସଭାରେ ନକ୍ସଲ ଆକ୍ରମଣ ଉପରେ ତଥ୍ୟ ମଗାଯାଇଥିଲା । ଏନେଇ ଗୃହ ରାଜ୍ୟମନ୍ତ୍ରୀ କିଷନ ରେଡ୍ଡି ଯବାବ୍ ଦେଇ କହିଥିଲେ କି ନକ୍ସଲ ପ୍ରଭାବିତ ଅଞ୍ଚଳରେ ଧିରେ ଧିରେ ନକ୍ସଲ ଆକ୍ରମଣ କମିଛି । ଗୃହମନ୍ତ୍ରଣାଳୟର ସୂଚନା ମୁତାବକ ସାରାଦେଶରେ ୨୦୧୮ ରେ ୮୩୩ ଟି ନକ୍ସଲ ଘଟଣା ଘଟିଥିବା ବେଳେ ୨୦୧୯ ଏହା ହ୍ରାସପାଇ ୬୭୦ ରେ ପହଂଚିଥିଲା । ସେହିଭଳି ୨୦୨୦ ରେ ଏହା ୬୬୫ ରହିଛି ।
ହେଲେ ଛତିଶଗଡରେ ୨୦୨୦ ରେ ନକ୍ସଲ ଆକ୍ରମଣ ବଢିଥିବା ନେଇ ଲୋକସଭାରେ ସରକାର ଯବାବ୍ ଦେଇଥିଲେ । ଏହି ସୂଚନା ମୁତାବକ ୨୦୧୮ ରୁ ୨୦୨୦ ମଧ୍ୟରେ ଛତିଶଗଡରେ ୯୭୦ ଟି ନକ୍ସଲ ଆକ୍ରମଣ ହୋଇଛି । ଯେଉଁଥିରେ ୧୧୩ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/2017_3largeimg12_Sunday_2017_010007678.jpg)