କନକ ବ୍ୟୁରୋ : ଭାରତ ପାକିସ୍ତାନ ସୀମା ଶ୍ରୀନଗର ଜିଲ୍ଲାର ରାଜିୟାସର ନିକଟରେ ସେନାର ଏକ ଜିପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜିପ୍ ଟି ଓଲଟି ପଡିବା ପରେ ଜିପ୍ ରେ ନିଆଁ ଲାଗିଯାଇଥିଲା । ଫଳରେ ଜିପ୍ ଭିତରେ ଥିବା ସେନା କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ୩ ଯବାନ ସହିଦହୋଇଥିବା ବେଳେ ୫ ଜଣ ଯବାନ ଗୁରୁତର ହୋଇଛନ୍ତି ।
ପୋଲିସର ସୂଚନା ମୁତାବକ ଏହି ଦୁର୍ଘଟଣା ଇନ୍ଦିରା ଗାନ୍ଧୀ କେନାଲ ୩୩୦ (ଆରଡି) ନିକଟରେ ବୁଧବାର ରାତି ପ୍ରାୟ ୨ ରୁ ୩ ଟା ସମୟରେ ହୋଇଛି । ଏଠାରେ ସେନାର ଏକ ଜିପ୍ ଭାରସାମ୍ୟ ହରାଇ ଖାଲ ଭିତରକୁ ଓଲଟି ପଡିଥିଲା । ଏହାପରେ ଜିପ୍ ରେ ନିଆଁ ଲାଗିଯାଇଥିଲା । ଫଳରେ ଜିପ୍ ରେ ଥିବା ସେନା କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ନିଆଁରେ ଜଳି ମୃତ୍ୟୁବରଣ କରିଛନ୍ତି । ଏହାସହ ୫ ଜଣ ଯବାନ ଗୁରୁତର ଭାବେ ଜଳି ଯାଇଛନ୍ତି । ଗୁରୁତର ଯବାନ ମାନଙ୍କୁ ସୁରତଗଡ ଟ୍ରମା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଏହି ଯବାନ ମାନେ ଭଟିଣ୍ଡାର ୪୭-ଏଡି ୟୁନିଟର ବୋଲି କୁହାଯାଉଛି । ସେମାନେ ଯୁଦ୍ଧାଭ୍ୟାସ ପାଇଁ ସୁରତଗଡ ଆସିଥିଲେ । ଗାଡିରେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକମାନେ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଂଚିଥିଲେ । ସେମାନେ ପ୍ରଥମେ ଗାଡି ଭିତରେ ଫଶି ରହିଥିବା ଯବାନ ମାନଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/Capture-9.jpg)