ଯୋଡାରେ ମର୍ମନ୍ତୁଦ ଦୁର୍ଘଟଣା: ଘର ଭିତରେ ଲୋକେ ଶୋଇଥିବାବେଳେ ପଶିଗଲା ହାଇୱା ଗାଡି; ୩ ଗୁରୁତର

Advertisment
ଯୋଡାରେ ମର୍ମନ୍ତୁଦ ଦୁର୍ଘଟଣା: ଘର ଭିତରେ ଲୋକେ ଶୋଇଥିବାବେଳେ ପଶିଗଲା ହାଇୱା ଗାଡି; ୩ ଗୁରୁତର

କନକ ବ୍ୟୁରୋ: କେନ୍ଦୁଝର ବଲାଣିରେ ସକାଳୁ ସକାଳୁ ଘଟିଛି ଲୋମଟାଙ୍କୁରା ଦୁର୍ଘଟଣା । ଘରେ ପଶିଗଲା ହାଇୱାଗାଡି । କେନ୍ଦୁଝର ବଲାଣି ଥାନା ଅନ୍ତର୍ଗତ ଡର୍ବୀ ଛକରେ ଘର ଭିତରକୁ ପଶି ଯାଇଛି ଦ୍ରୁତଗାମୀ ହାଇୱାଗାଡି । ଘରେ ଶୋଇଥିବା ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ପ୍ରଥମେ ବଡବିଲ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତି କରାଯାଇଛି । ବଲାଣି ପୋଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣା ଘଟାଇଥିବା ହାଇୱା ଗାଡିକୁ ଜବତ କରିଛି । ଦୁର୍ଘଟଣାରେ ଗୁରୁତର ଥିବା ୩ ଜଣ ଭାଇଭଉଣୀ ବୋଲି ଜଣାପଡିଛି ।

publive-image

ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୨ଟା ବେଳେ ଏକ ହାଇଓ୍ବା ବଡ଼ବିଲ-ବଲାଣି ରାସ୍ତା ଡର୍ବି ଛକଠାରେ ଭାରସାମ୍ୟ ହରାଇ ଗୋପାଳ ମୁଣ୍ଡାଙ୍କ ଘର ଭିତରେ ପଶିଯାଇଥିଲା। ଏହାଫଳରେ ତାଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା। ହାଇଓ୍ବାଟି ଘର ଭିତରେ ଶୋଇଥିବା ଗୋପାଳ ମୁଣ୍ଡାଙ୍କ ଦୁଇ ଝିଅ ରେଶମୀ(୨୦), ଅଞ୍ଜଳି(୧୦)ଏବଂ ପୁଅ କରନ(୧୩)ଙ୍କ ଉପରେ ଚଢିଯାଇଥିଲା। ଏଥିରେ ରେଶମୀଙ୍କ ଗୋଡ଼ ଓ ଅଣ୍ଟା ଭାଙ୍ଗିଯାଇଛି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଞ୍ଜଳି ଓ କରନଙ୍କୁ ବଡ଼ବିଲ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋପାଳ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଅଲଗା ଘରେ ଶୋଇଥିବା ହେତୁ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା କୁହାଯାଉଛି।ଏଣେ ଦୁର୍ଘଟଣା ଘଟାଇବା ପରେ ହାଇଓ୍ବା ଚାଳକ ଫେରାର ହୋଇଛି। ବଲାଣି ଥାନା ପୁଲିସ୍ ଗାଡ଼ିକୁ ଜବତ କରିବା ସହ ବଡ଼ବିଲର ଉକ୍ତ ହାଇଓ୍ବା ମାଲିକଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe