କନକ ବ୍ୟୁରୋ: ଜଳ, ସ୍ଥଳ ଓ ବାୟୁ ସେନାଙ୍କୁ ସଲାମ । ଶେଷରେ ଦୀର୍ଘ ୧୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବର୍ଷା ଜଳ ଘେରରେ ଫସି ଯାଇଥିବା ୭ଶହ ଜୀବନକୁ ସଫଳତାର ସହ ଉଦ୍ଧାର କଲେ ତିନି ସେନାର ସେନାବାହିନୀ । ସୂଚନା ମୁତାବକ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଫଳରେ ମହାଲକ୍ଷ୍ମୀ ଏକ୍ସପ୍ରେସ ମଧ୍ୟରୁ ଅଟକ ରହି ଯାଇଥିବା ସମସ୍ତ ୭୦୦ ଯାତ୍ରୀଙ୍କୁ ସଫଳତା ପୂର୍ବକ ଉଦ୍ଧାର କରାଯାଇଛି । ପରେ ସମସ୍ତ ଉଦ୍ଧାର ଯାତ୍ରୀଙ୍କୁ କଲ୍ୟାଣ ରେଳ ଷ୍ଟେସନରୁ ଏକ ୧୯ କୋଚ୍ ବିଶିଷ୍ଟ ସ୍ୱତନ୍ତ୍ର ଟ୍ରେନ୍ରେ କୋହ୍ଲାପୁର ପଠା ଯାଇଥିବା ଜାଣିବାକୁ ମିଳିଛି।

Advertisment

publive-imageପ୍ରବଳ ବର୍ଷା ଫଳରେ ଅଣ୍ଟାଏ ଊଚ୍ଚର ବର୍ଷାଜଳ ରେଳ ଧାରଣା ଉପରକୁ ଚାଲି ଆସବା ଫଳରେ ସେଇ ଧାରଣା ଉପର ଦେଇ ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ ମହାରାଷ୍ଟ୍ରର ଥାନେ ଜିଲ୍ଲା ଅନ୍ତର୍ଗତ ଚାମତୋଲି ନିକଟରେ ଆଉ ଆଗକୁ ନଯାଇ ପରି ବର୍ଷା ଜଳ ଘେରରେ ଫସି ଯିବା ସହ ଧାରଣା ଉପରେ ଗତ ରାତି ୩ଟା ଠାରୁ ଅଟକି ରହିଥିଲା। ଏହି ଟ୍ରେନ୍ରେ ୭୦୦ ଯାତ୍ରୀ ରହିଥିଲେ। ଟ୍ରେନ୍ ମଧ୍ୟରେ ଅଟକ ରହିଯାଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଏନ୍ଡିଆର୍ଏଫ୍, ନୌସେନା, ବାୟୁସେନା ଓ ଆରପିଏଫ ପକ୍ଷରୁ ଏକ ବଡ଼ ଧରଣର ଅପରେସନ୍ ଆରମ୍ଭ ହୋଇଥିଲା।

ସବୁଠାରୁ ବଡ଼ କଥା ହେଲା କି, ପ୍ରଥମ ପର୍ଯ୍ୟାୟରେ ଉଦ୍ଧାରକାଳୀ ଦଳ ଦିନ ଗୋଟାଏ ସୁଦ୍ଧା ଅଟକ ଟ୍ରେନ୍ ମଧ୍ୟରୁ ୯ ଜଣ ଗର୍ଭବତୀ ମହିଳା ଯାତ୍ରୀଙ୍କ ସମେତ ୫୦୦ ଯାତ୍ରୀଙ୍କ ଉଦ୍ଧାର ପରେ। ପରେ ଦିନ ସାଢ଼େ ତିନିଟା ସୁଦ୍ଧା ଟ୍ରେନ୍ ମଧ୍ୟରେ ରହିଥିବା ଅବଶିଷ୍ଟ ୨୦୦ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ଉଦ୍ଧାରକାରୀ ଦଳ।

publive-imageତିନି ସେନାବାହିନୀଙ୍କ ଏଭଳି ବଡ଼ ଉଦ୍ଧାର କାର୍ଯ୍ୟକୁ ସଫଳତା ପୂର୍ବକ କରିଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଭିନନ୍ଦନ ଜଣାଇଛନ୍ତି । ଆଉ ନିଜ ଟ୍ୱିଟର ପେଜରେ ଶାହା ଲେଖିଛନ୍ତି ଯେ, ନିଜ ଜୀବନକୁ ବାଜି ଲଗାଇ ତିନି ସେନାର ସେନାବାହିନୀ ସମ୍ଭବ କରି ଦେଖାଇଛନ୍ତି । ଆଉ ୭ଶହ ଜୀବନକୁ ରକ୍ଷା କରି ସାହସର ପରିଚୟ ଦେଇଛନ୍ତି ।