କନକ ବ୍ୟୁରୋ : ବଲିଉଡ ଅଭିନେତା ଅଖିଳ ମିଶ୍ରାଙ୍କର ମୃତ୍ୟୁ ହୋଇଛି । ଏନେଇ ସମାଚାର ଏଜେନ୍ସି ପିଟିଆଇ ତରଫରୁ ସୂଚନା ମିଳିଛି । ୬୭ ବର୍ଷିୟ ଅଖିଳ ମିଶ୍ରା ଅମିର ଖାନଙ୍କ ଚର୍ଚ୍ଚିତ ଚଳଚିତ୍ର ୩ଇଡିଅଟସରେ ଜଣେ ଲାଇବ୍ରେରିଆନ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସା ସାଉଣ୍ଟିଥିଲେ । ମଙ୍ଗଳବାର ଦିନ ଏକ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପତ୍ନୀ ସୁଜେନ ବର୍ନେଟଙ୍କ ସୂଚନା ମୁତାବକ ଅଖିଳ ରକ୍ତଚାପ ରୋଗରେ ପୀଡିତ ଥିଲେ । ମଙ୍ଗଳବାର ଦିନ ରୋଷେଇ ଘରେ ଏକ ଷ୍ଟୁଲ ଉପରେ ଚଢି କିଛି କାମ କରୁଥିଲା ବେଳେ ସେ ଷ୍ଟୁଲରୁ ତଳକୁ ଖସିପଡିଥିଲେ । ଫଳରେ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି ।
ଚଳଚିତ୍ର ବ୍ୟତୀତ ଅଖିଳ ମିଶ୍ରା ଅନେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । ଅଖିଳ ମିଶ୍ରାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲିଉଡ ଇଣ୍ଡଷ୍ଟ୍ରିଜରେ ଶୋକର ଛାୟା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/WhatsApp-Image-2023-09-21-at-1.36.48-PM.jpeg)