କନକ ବ୍ୟୁରୋ : କମିଶନରେଟ୍ ପୋଲିସ ପଞ୍ଝାରେ ୩ ହାଇୱେ ଲୁଟେରା । ଭୋର ୩ଟା ସମୟରେ ପାଟ୍ରୋଲିଂ ବେଳେ ଏହି ୩ ଲୁଟେରାଙ୍କୁ ଧରିଛି ପିସିଆର । ଡ଼କାୟତି ଯୋଜନା ପଣ୍ଡ କରିବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଲୁଟେରା ମାନେ ହାତରେ ବନ୍ଧୁକ ଧରି ଭୁବନେଶ୍ୱର ସତସଙ୍ଗ ବିହାର ରାସ୍ତାରେ ଲୁଟ୍ ପାଟ ପାଇଁ ଯୋଜନା କରୁଥିଲେ । ପୋଲିସକୁ ଦେଖି ଲୁଟେରାମାନେ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ । ପିସିଆରରେ ଥିବା ପୋଲିସ ଷ୍ଟାଫ୍ ଏହି ୩ ଲୁଟେରାଙ୍କୁ କାବୁ କରି ଥାନାକୁ ଆଣିଥିଲେ । ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଏବଂ ବାଇକ ଜବତ ହୋଇଛି ।
କମିଶନରେଟ ପୋଲିସ ପଞ୍ଝାରେ ୩ ହାଇୱେ ଲୁଟେରା । ପାଟ୍ରୋଲିଂ ବେଳେ ଧରିଲା ପୁଲିସ, ପିସ୍ତଲ ଓ ବାଇକ୍ ଜବତ
/kanak/media/post_attachments/wp-content/uploads/2021/09/21-35.jpg)