ସୁରତ୍ ଅଗ୍ନିକାଣ୍ଡ : କାଲି ହୋଇଥିଲା ମୃତ୍ୟୁ , ଆଜି ବାହାରିଲା ପରୀକ୍ଷାଫଳ ! ଦ୍ୱାଦଶ ପରୀକ୍ଷାଫଳ ବାହାରିବା ପୂର୍ବରୁ ଆଖି ବୁଜିଦେଲେ ତିନି ଛାତ୍ରୀ ।

2,179

ଗୁଜୁରାଟର ସୁରଟ୍ ସ୍ଥିତ ତକ୍ଷଶିଳା କମ୍ପଲେକ୍ସରେ ଶୁକ୍ରବାର ସନ୍ଧ୍ୟା ସମୟରେ ଭିଷଣ ନିଆଁ ଲାଗିବା କାରଣରୁ ଏବେ ପର୍ଯ୍ୟନ୍ତ ୨୦ ଜଣ ନିରୀହଙ୍କ ଜୀବନ ଯାଇଥିବା ବେଳେ ୧୮ ଜଣ ଗୁରୁତର ଅବସ୍ଥାରେ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଯେଉଁଥିରେ କେବଦିୟା ୟଶସ୍ୱୀ ଦିନେଶଭାଇ,ବର୍ଷାନୀ ମାନସୀ ପରବୀନଭାଇ ଏବଂ ସୁରାନୀ ହସ୍ତୀ ହିତେଶଭାଇଙ୍କ ନାମ ମଧ୍ୟ ରହିଛି । ଏହି ତିନି ଜଣ ଛାତ୍ରୀ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିଲେ । ଆଜି ଗୁଜୁରାଟ ବୋର୍ଡ ତରଫରୁ ଦ୍ୱାଦଶ ବୋର୍ଡର ଫଳାଫଳ ବାହାରି ଯାଇଛି । ଯେଉଁଥିରେ ଏହି ତିନି ଛାତ୍ରୀ ଖୁବ୍ ଭଲ ନମ୍ବର ଆଣି ପାସ୍ କରିଛନ୍ତି । ଅନ୍ୟପକ୍ଷରେ ଆଜି ଯେଉଁଠି ପରିବାରରେ ମାତାପିତା ଖୁସି ହେବା କଥା ସେଠାରେ ଝିଅଙ୍କ ମୃତ୍ୟୁରେ ଶୋକ ଖେଳେଇ ଯାଇଛି । ଏହି ତିନି ଛାତ୍ରୀ ଦ୍ୱାଦଶରେ ବାଣିଜ୍ୟ ବିଷୟରେ ଅଧ୍ୟୟନ କରୁଥିଲେ ଏବଂ ତକ୍ଷଶୀଳା କୋଚିଙ୍ଗ୍ କ୍ଲାସକୁ ଫାଇନ୍ ଆର୍ଟସ୍ ଟ୍ୟୁସନ୍ ନେବାକୁ ଯାଉଥିଲେ । ଏହି ସମୟରେ ତିନି ଛାତ୍ରୀ ସେଠାରେ ଉପସ୍ଥିତ ଥିଲେ ।

ତିନି ଜଣ ପାଠପଢାରେ ଖୁବ୍ ଆଗୁଆ ଥିଲେ । କେବଦିୟା ୟଶସ୍ୱୀ ଦିନେଶଭାଇ ୬୭.୭୫ ପ୍ରତିଶତ ମାର୍କ ଆଣିଥିବା ବେଳେ ବର୍ଷାନୀ ମାନସୀ ୫୨.୦୩ ମାର୍କ ଏବଂ ସୁରାନୀ ହସ୍ତୀ ହିତେଶଭାଇ ୬୯.୩୯ ପ୍ରତିଶତ ମାର୍କ ଆଣିଥିଲେ । ଏଭଳି ଅନେକ ଦ୍ୱାଦଶ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଆଜି ଫଳାଫଳ ବାହାରିଥିଲେ ମଧ୍ୟ ପରୀକ୍ଷା ଫଳାଫଳକୁ ଦେଖିବା ପାଇଁ କେହି ଜୀବିତ ନାହାନ୍ତି ।