ନଦୀ ଆଁରେ ୩ ସାଙ୍ଗ : ପିକନିକ କରିବାକୁ ଯାଇ ଭାସିଗିଲେ ୩ ସାଙ୍ଗ; ସମସ୍ତଙ୍କ ମୃତଦେହ ଉଦ୍ଧାର 

ବାଲେଶ୍ୱର ରେମୁଣାରୁ ଆସିଲା ହୃଦୟ ବିଦାରକ ଘଟଣା

1,986

କନକ ବ୍ୟୁରୋ : ବାଲେଶ୍ୱର ରେମୁଣାରେ ଘଟିଛି  ହୃଦୟବିଦାରକ ଘଟଣା ।  ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି ୩ ସାଙ୍ଗ ।  ଭୋଜିପାଇଁ  ନୀଳଗିରିରୁ ୫ ଜଣ ସାଙ୍ଗ  ରେମୁଣାର ତ୍ରିବେଣୀ ଘାଟକୁ ଯାଇଥିଲେ । ରୋଷେଇ ସରିଥିଲା ସମସ୍ତେ ଏକାଠି ବସି ଖାଇଥାନ୍ତେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । କିଛି ସମୟ ପରେ ସବୁ ଓଲଟପାଲଟ ହୋଇଯାଇଥିଲା ।

ନଦୀରେ ଗାଧେଇବା କାଳା ସାଜିଲା ।  ୨ ସାଙ୍ଗଙ୍କ ଆଖି ଆଗରେ ଚାଲିଗଲା ୩ ଜଣ ସାଙ୍ଗଙ୍କ ଜୀବନ ।  ଗାଧେଇ ଯାଇଥିବାବେଳେ ୩ ଜଣ ଭାସିଯାଇଥିଲେ ।  ଦୁଇ ଜଣ ପହଁରି କୂଳକୁ ଆସିଥିବାବଳେ ୩ ସାଙ୍ଗଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  ମୃତକଙ୍କ ପରିଚୟ ମିଳିଛି ।

Comments are closed.