କନକ ବ୍ୟୁରୋ : ବାଲେଶ୍ୱର ରେମୁଣାରେ ଘଟିଛି ହୃଦୟବିଦାରକ ଘଟଣା । ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି ୩ ସାଙ୍ଗ । ଭୋଜିପାଇଁ ନୀଳଗିରିରୁ ୫ ଜଣ ସାଙ୍ଗ ରେମୁଣାର ତ୍ରିବେଣୀ ଘାଟକୁ ଯାଇଥିଲେ । ରୋଷେଇ ସରିଥିଲା ସମସ୍ତେ ଏକାଠି ବସି ଖାଇଥାନ୍ତେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । କିଛି ସମୟ ପରେ ସବୁ ଓଲଟପାଲଟ ହୋଇଯାଇଥିଲା ।
ନଦୀରେ ଗାଧେଇବା କାଳା ସାଜିଲା । ୨ ସାଙ୍ଗଙ୍କ ଆଖି ଆଗରେ ଚାଲିଗଲା ୩ ଜଣ ସାଙ୍ଗଙ୍କ ଜୀବନ । ଗାଧେଇ ଯାଇଥିବାବେଳେ ୩ ଜଣ ଭାସିଯାଇଥିଲେ । ଦୁଇ ଜଣ ପହଁରି କୂଳକୁ ଆସିଥିବାବଳେ ୩ ସାଙ୍ଗଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/13-19.jpg)