ରାଉରକେଲାରେ ଅଘଟଣ । ଗାଧୋଇବା ବେଳେ ବୁଡିଗଲେ ୩ ସାଙ୍ଗ । ୨ ମୃତ, ଜଣେ ନିଖୋଜ

195

କନକ ବ୍ୟୁରୋ : ଗାଧୋଇବା ବେଳେ ବୁଡିଗଲେ ୩ ସାଙ୍ଗ । ରାଉରକେଲା କୋଏଲ ନଦୀରେ ଜମସରା ଘାଟିରେ ଘଟିଛି ଏଭଳି ଅଘଟଣ । ବଣଭୋଜି କରିବାକୁ ଯାଇଥିବା ବେଳେ ୩ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ବୁଡିଯିବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଯାଏଁ ଅନ୍ୟ ଜଣେ ନିଖୋଜ ଅଛନ୍ତି ।

ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଯାଏ ଜଣଙ୍କର ପତ୍ତା ମିଳିନି । ୩ ଜଣ ହେଉଛନ୍ତି ସେକ୍ଟର ୫, ସେକ୍ଟର ୮ ଆଉ ଛେଣ୍ଡ ଅଂଚଳର । ପ୍ରଥମେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଖୋଜା ଖୋଜି ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ ।

ରାଉରକେଲାର ଜମସେରା ଦେଇ ପ୍ରବାହିତ ହେଉଥିବା କୋଏଲ ନଦୀ ଘାଟକୁ କିଛି ପିଲା ବଣଭୋଜି କରିବାକୁ ଆସିଥିଲେ। ସେମାନେ ବଣଭୋଜି କରୁଥିବା ବେଳେ ତା ମଧ୍ୟରୁ ୩ ଜଣ ନଦୀକୁ ଗାଧୋଇବାକୁ ଆସି ନଦୀରେ ବୁଡି ଯାଇଥିଲେ । ଏହାକୁ ଦେଖି ଅନ୍ୟ ସାଙ୍ଗମାନେ ସଂଗେ ସଂଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଂଚି ଅନେକ ଖୋଜା ଖୋଜି କରିବା ପରେ ୨ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏବେ ଅନ୍ୟ ଜଣେ ନିଖୋଜ ଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।