କନକ ବ୍ୟୁରୋ : ସ୍କୁଟି ଉପରକୁ ମାଡି ଗଲା ବସ୍ । ଘଟଣାସ୍ଥଳରେ ଆଖି ବୁଜିଲେ ୩ ଜଣ ଫୁଟବଲ ଖେଳାଳି । ଗତକାଲି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷ ନିକଟରେ । ମୃତ ଫୁଟବଲ ଖେଳାଳି ୩ ଜଣ ହେଉଛନ୍ତି, ହେମନ୍ତ ବାଡା, ସନ୍ଦୀପ ପ୍ରଧାନ ଓ କ୍ରିଷ୍ଣା ପ୍ରଧାନ ।
ଏହି ତିନି ଜଣ ଫୁଟବଲ୍ ଖେଳାଳୀ ଏକ ଫୁଟବଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଖେଳ ସାରି ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟିରେ ଫେରୁଥିଲେ । ସେହି ଫେରିବା ବାଟରେ ହିଁ ସେମାନଙ୍କ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଇଥିଲା ପବନପୁତ୍ର ନାମକ ବସ୍ । ଧକ୍କା ଏତେ ଯୋରରେ ହୋଇଥିଲା ଯେ, ବସଟି ସ୍କୁଟି ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ସ୍କୁଟିରେ ଥିବା ୩ ଜଣ ଫୁଟବଲ ଖେଳାଳୀଙ୍କର ମୃତ୍ୟୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-25-at-10.32.10-AM.png)