ଆସିଲା ପ୍ରଥମ ପର୍ଯ୍ୟାୟ +୩ ମେରିଟ୍ ଲିଷ୍ଟ । ଜାଣନ୍ତୁ କେଉଁ କଲେଜରେ କ’ଣ ରହିଛି କଟଅଫ୍

429

କନକ ବ୍ୟୁରୋ: ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ତାଲିକା । ଯୁକ୍ତ ୩ ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ କଲେଜରେ ନାମଲେଖ ପାଇଁ ବାହାରିଲା କଟଅଫ୍ ମାର୍କ । ବିଧିବଦ୍ଧଭାେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟରେ ପ୍ରକାଶ ପାଇଲା ତାଲିକା । ପ୍ରଥମ ପର୍ଯ୍ୟାୟ କଟଅଫ୍ ପାଇଁ ୧ଲକ୍ଷ ୮୮ ହଜାର ୨୨ ଛାତ୍ରଛାତୀ ଆବେଦନ କରିଥିଲେ ।

ସେପଟେ ବିଜେବି କଲେଜର କଳା ସମ୍ମାନ (ଭୂଗୋଳ)ରେ ସର୍ବାଧିକ ୮୯% କଟଅଫ୍ ରହିଥିବାବେଳେ, ବିଜେବି କଲେଜର ବିଜ୍ଞାନ ସମ୍ମାନ (ଜୁଲୋଲି) ସର୍ବାଧିକ ୯୧.୫%, ବିଜେବି କଲେଜରେ ବିଜ୍ଞାନ ସମ୍ମାନ ( ଗଣିତ) ସର୍ବାଧିକ ୯୩.୫%, ବିଜେବି କଲେଜରେ ବିଜ୍ଞାନ ସମ୍ମାନ (ଫିଜିକ୍ସ) ସର୍ବାଧିକ ୯୨.୬୭% , ବିଜେବି କଲେଜରେ ବିଜ୍ଞାନ ସମ୍ମାନ ( କେମେଷ୍ଟ୍ରି) ସର୍ବାଧିକ ୯୦.୮%, ବିଜେବି କଲେଜରେ ବିଜ୍ଞାନ ସମ୍ମାନ (ବଟନୀ) ସର୍ବାଧିକ ୮୮% ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ରହିଛି ।

ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଆସନ୍ତା ୧୯ ତାରିଖରୁ ୨୪ ତାରିଖ ଯାଏଁ ହେବ । ଅଗଷ୍ଟ ୫ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇବ । ଅଗଷ୍ଟ ୬ରୁ ୧୧ ମଧ୍ୟରେ ନାମଲେଖା ହେବ । ବଳକା ସିଟ୍ ଲାଗି ଅଗଷ୍ଟ ୧୪ରେ ସ୍ପଟ୍ ସିଲେକ୍ସନ, ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ଅଗଷ୍ଟ ୧୭ରେ ନାମଲେଖା ହେବ ।

cut off markଅନ୍ୟପଟେ ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ଅଗଷ୍ଟ ୨୪ରୁ ଡ୍ରେସ୍କୋଡ୍ ଲାଗୁ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ମୋଟ ୧୦୪୭ଟି ଡିଗ୍ରି କଲେଜ ରହିଛି। ସେଥିରେ ନାମଲେଖା ଲାଗି ୨ ଲକ୍ଷ ୩୭ ହଜାର ୨୧୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୧୪ ହଜାର ୮୭୩ ଜଣ ଅନ୍ଲାଇନ୍ରେ ଫି’ ଦାଖଲ କରିଥିବା ଜଣାପଡ଼ିଛି।