+୩ ଆଡମିସନ୍ ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । କଟ୍ ଅଫ୍ ମାର୍କରେ ଆଗରେ ରହିଛି ବିଜେବି କଲେଜ ।

203

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । ଯୁକ୍ତ ତିନିରେ ଆଡମିସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । ଏହି ପ୍ରଥମ ପର୍ଯ୍ୟାୟରେ ମୋଟ ୧,୬୮,୫୩୭ ଜଣ ପିଲା ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । ଚଳିତ ବର୍ଷ ଯୁକ୍ତ ତିନିରେ ୨,୪୯, ୫୩୯ଟି ସିଟ୍ ପାଇଁ ମୋଟ ୨,୪୪,୨୫୨ ଜଣ ପିଲା ଆବେଦନ କରିଥିଲେ । ଆଉ ପ୍ରଥମ ପଯ୍ୟାୟରେ ୧,୬୮,୫୩୭ ପିଲା ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ।

ତେବେ ଭୁବନେଶ୍ୱରର ବିଜେବି ସ୍ୱଂୟଶାସିତ ମହାବିଦ୍ୟାଳୟ ଏଥର କଟ୍ ଅଫ୍ ମାର୍କରେ ଆଗରେ ରହିଛି । ଭୂଗୋଳ ସହିତ ଅର୍ଥନୀତି, ଇଂରାଜୀ, ରାଜନୀତି ବିଜ୍ଞାନ, ଆନ୍ଥ୍ରୋପୋଲୋଜି, ସୋସିଓଲୋଜି, ଗଣିତ ଓ ଇତିହାସରେ ବିଜେବିି କଲେଜର କଟ୍ ଅଫ୍ ସବୁଠୁ ଅଧିକ ରହିଛି । ସେହିପରି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ କର୍ମସ ବିଭାଗରେ ମଧ୍ୟ ବିଜେବି କଲେଜ ଆଗରେ ରହିଛି ।