ପୋଲ ଉପରେ ପ୍ରବାହିତ ହେଉଛି ୩ଫୁଟର ପାଣି , ଭାସିଲା ବସ୍ : ବ୍ରିଜ୍ ଖମ୍ବରେ ଲାଗି ଯିବାରୁ ଟଳିଲା ବଡ ଦୁର୍ଘଟଣା

316

କନକ ବ୍ୟୁରୋ : ପୋଲ ଉପରେ ଭାସିଲା ବସ୍, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ ।  ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ବାମରାବ୍ଲକର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଜଳସ୍ତର ବଢ଼ିବାରୁ ପିଣ୍ଡାପଥର ପଂଚାୟତ ଦେଇ ଯାଇଥିବା ନଦୀର ଏକ ପୋଲ ଉପରେ ତିନି ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିଲା ।

ଏହି ସମୟରେ ସେହି ପୋଲ ଉପର ଦେଇ ଏକ ବସ୍ ଅତିକ୍ରମ କରୁଥିବାବେଳେ ଅଧିକ ପାଣି ଯୋଗୁଁ ପୋଲ ମଝିରେ ଅଟକି ଯାଇଥିଲା । କିନ୍ତୁ ସୌଭାଗ୍ୟ ବସତଃ ବସଟି ତଳକୁ ନଖସି ପାଶ୍ୱର୍ରେ ଥିବା ଏକ ଖମ୍ବରେ ଲାଗି ଅଟକି ରହିଥିଲା । ଆଖପାଖରେ ଥିବା ଗ୍ରାମବାସୀ ସାହାସ ଦେଖାଇ ବସଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ଏକ ଜେସିବି ସହାୟତାରେ ବସଟିକୁ ଉଦ୍ଧାର କରାଯାଇଥିଲା ।