କନକ ବ୍ୟୁରୋ : କମୁଛି ବୈତରଣୀ, କିନ୍ତୁ ବଢୁଛି ଦୁର୍ଦ୍ଦଶା । ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ କୋଠାର  ଛକ ପାଖରେ  ୩  ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।  ଫଳରେ ଭଦ୍ରକ-ଆଖଣ୍ଡଳମଣି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।  ତଳିଆ ଅଂଚଳ ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି ।ଆଖୁଆପଦା ନିକଟରେ ଜଳସ୍ତର ୧୯ ଦଶମିକ ୬୦ ମିଟର ପ୍ରବାହିତ ହେଉଥିବା ବେଳେ  ଏଠାରେ ବିପଦ ସଂକେତ ରହିଛି  ୧୭ ଦଶମିକ ୮୩ ମିଟର । ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଥିବା ବେଳେ  ବିଭିନ୍ନ ପଂଚାୟତକୁ ଯୋଗାଯୋଗ ବିଚ୍ଚିନ୍ନ ହୋଇଯାଇଛି ।

Advertisment

ଯେଉଁମାନେ ବନ୍ୟା ଜଳରେ ଫସି ରହିଛନ୍ତି,ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଉଛି । ଭଣ୍ଡାରୀପୋଖରୀ ଓ ଧାମନଗରର ୧୭ରୁ ଅଧିକ ପଂଚାୟତ ଜଳମଗ୍ନ ହୋଇଛି । ବହୁ ଗାଁକୁ ଯୋଗାଯୋଗ ବିଚ୍ଚିନ୍ନ ହେବା ସହ ବିଦ୍ୟୁତ ସେବା ଠପ ହୋଇଯାଇଛି ।