ପରୀ ପରେ ଚାଷୀ... ବିଧାନସଭା ସାମ୍ନାରେ ପୁଣି ଆତ୍ମାହୁତି ଉଦ୍ୟମ । ମନ୍ତ୍ରୀ ରାଜା ସ୍ୱାଇଁଙ୍କ ନାଁ ନେଇ କିରୋସିନ ଢାଳିହେଲେ ୩ ଚାଷୀ, ଅଟକାଇଲା ପୋଲିସ ।

Advertisment
ପରୀ ପରେ ଚାଷୀ... ବିଧାନସଭା ସାମ୍ନାରେ ପୁଣି ଆତ୍ମାହୁତି ଉଦ୍ୟମ । ମନ୍ତ୍ରୀ ରାଜା ସ୍ୱାଇଁଙ୍କ ନାଁ ନେଇ କିରୋସିନ ଢାଳିହେଲେ ୩ ଚାଷୀ, ଅଟକାଇଲା ପୋଲିସ ।

କନକ ବ୍ୟୁରୋ: ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ । ଭିତରେ ପରୀ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ ହେଉଥିବା ବେଳେ ଆଜି ପୁଣି ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ ହୋଇଛି । ୩ ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ବିଧାନସଭା ଗେଟ ସାମ୍ନାରେ ୩ ଜଣ ଚାଷୀ କିରୋସିନ ଢାଳି ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ତେବେ ସମସ୍ତ ଚାଷୀ ଆଠଗଡ ଅଞ୍ଚଳର ସୂଚନା । ସେମାନେ କାହିଁକି ଓ କେଉଁଥି ପାଇଁ ଆତ୍ମାହୁତି ଉଦ୍ୟମ କରିଛନ୍ତି ତାହାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଉଦ୍ଧାର କରି ପଚରା ଉଚରା କରିବ ବୋଲି ସୂଚନା ମିଳିଛି ।

ସେପଟେ ଗତ କିଛି ଦିନ ତଳେ ନୟାଗଡ ପରୀ ହତ୍ୟା ମାମଲାରେ ନାବାଳିକା କୁନି ଝିଅ ପରୀର ବାପାମାଆ ମଧ୍ୟ ଆତ୍ମାହୁତି ଉଦ୍ୟମ କରିଥିଲେ । ଝିଅକୁ ନ୍ୟାୟ ଦେବା ଦାବିରେ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇ ବିଧାନସଭା ଆଗରେ ନିଜକୁ ଜାଳିଦେବାକୁ ଉଦ୍ୟମ କରିଥିଲେ । ଆଉ ପୋଲିସ ସେମାନଙ୍କୁ ଅଟକାଇ ପଚରା ଉଚରା କରିଥିବା ବେଳେ ଆଜି ପୁଣି ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe