ଧୀରେ ଧୀରେ ସ୍ୱାଭାବିକ ହେଉଛି ପୁରୀ ! ବନ୍ଦଥିବା ଟ୍ରେନ ମଧ୍ୟରୁ ଗଡିଲା ୩ ଟ୍ରେନ

Advertisment
ଆଜିଠୁ ମେ ୧୭ ପର୍ଯ୍ୟନ୍ତ ଗଡିବନି ୩୧ଟି ଟ୍ରେନ୍ । ତାଲିକା ଜାରି କଲା ଭାରତୀୟ ରେଳବାଇ ।
କନକ ବ୍ୟୁରୋ : ପୁରୀକୁ ସ୍ବାଭାବିକ ହେଉଛି ଟ୍ରେନ୍ ସେବା। ଦୁଇ ଦିନ ଧରି ଖୋର୍ଧା ରୋଡ୍ରୁ ପୁରୀକୁ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ କରିବା ପରେ  ସ୍ଥିତିରେ କିଛିଟା ସୁଧାର ଆସିଛି। ପୁରୀରୁ ୩ଟି ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିଛି। ନିର୍ଦ୍ଧାରିତ ସମୟରେ ପୁରୀ-ନୂ୍ଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍(୧୨୮୦୧), ପୁରୀ-ହଟିଆ ତପସ୍ବିନୀ ଏକ୍ସପ୍ରେସ୍(୧୮୪୫୨) ଓ ପୁରୀ-ଦୁର୍ଗ ଏକ୍ସପ୍ରେସ୍(୧୮୪୨୫) ପୁରୀରୁ ଛାଡ଼ିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ଏହାବ୍ୟତୀତ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ସୁଧାର ଆସିଥିବାରୁ ବାତିଲ୍ ହୋଇଥିବା କେତେକ ପାସେଞ୍ଜର ଟ୍ରେନ୍ ୯ ତାରିଖଠାରୁ ନିର୍ଦ୍ଧାରିତ ସମୟରେ ଚଳାଚଳ କରିବ।
publive-imageସେଗୁଡ଼ିକ ହେଉଛି ଖଡ଼ଗପୁର-ଯାଜପୁର-କେନ୍ଦୁଝର ରୋଡ୍ ପାସେଞ୍ଜର ଟ୍ରେନ୍, ଖଡ଼ଗପୁର-ଭଦ୍ରକ-ଖଡ଼ଗପୁର ପାସେଞ୍ଜର, ବାଲେଶ୍ବର-ଭଦ୍ରକ-ବାଲେଶ୍ବର ପାସେଞ୍ଜର, ହାୱଡା-ଭଦ୍ରକ-ହାୱଡା ପାସେଞ୍ଜର, ଭଦ୍ରକ-ଭୁବନେଶ୍ବର-ଭଦ୍ରକ ମେମୁ, କଟକ-ପଲାସା-କଟକ ପାସେଞ୍ଜର, ଅନୁଗୁଳ-ପୁରୀ-ଅନୁଗୁଳ ମେମୁ, ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ମେମୁ, ଭୁବନେଶ୍ବର-ପଲାସା-ଭୁବନେଶ୍ବର ମେମୁ, ପଲାସା-ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍। ୧୭ ଯୋଡ଼ା ପାସେଞ୍ଜର ଟ୍ରେନ୍ ଏବେ ବି ବାତିଲ୍ ରହିଛି। ଏଥିସହ ମେ’ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୧୭ଟି ମେଲ୍ ଏକ୍ସପ୍ରେସ୍ ଟ୍ରେନ୍କୁ ବାତିଲ୍ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe