କନକ ବ୍ୟୁରୋ : ପୁରୀକୁ ସ୍ବାଭାବିକ ହେଉଛି ଟ୍ରେନ୍ ସେବା। ଦୁଇ ଦିନ ଧରି ଖୋର୍ଧା ରୋଡ୍ରୁ ପୁରୀକୁ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ କରିବା ପରେ ସ୍ଥିତିରେ କିଛିଟା ସୁଧାର ଆସିଛି। ପୁରୀରୁ ୩ଟି ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିଛି। ନିର୍ଦ୍ଧାରିତ ସମୟରେ ପୁରୀ-ନୂ୍ଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍(୧୨୮୦୧), ପୁରୀ-ହଟିଆ ତପସ୍ବିନୀ ଏକ୍ସପ୍ରେସ୍(୧୮୪୫୨) ଓ ପୁରୀ-ଦୁର୍ଗ ଏକ୍ସପ୍ରେସ୍(୧୮୪୨୫) ପୁରୀରୁ ଛାଡ଼ିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ଏହାବ୍ୟତୀତ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ସୁଧାର ଆସିଥିବାରୁ ବାତିଲ୍ ହୋଇଥିବା କେତେକ ପାସେଞ୍ଜର ଟ୍ରେନ୍ ୯ ତାରିଖଠାରୁ ନିର୍ଦ୍ଧାରିତ ସମୟରେ ଚଳାଚଳ କରିବ।
/kanak/media/post_attachments/wp-content/uploads/2019/01/longest-train-route-in-india_5.jpg)