ଯବାନଙ୍କୁ ନେଇ ଯାଉଥିବା ବସକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ମାଓବାଦୀ । ୫ଜଣ ଡିଆରଜି ଯବାନ ସହିଦ, ୧୫ରୁ ଅଧିକ ଯବାନ ଗୁରୁତର ।

383

କନକ ବ୍ୟୁରୋ : ମାଲକାନଗିରି ସୀମାରେ ସୈତାନ ମାଓବାଦୀଙ୍କ ବର୍ବରକାଣ୍ଡ । ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ଯବାନଙ୍କ ଗାଡି । ଶତିଶଗଡ ନାରାୟଣପୁରରେ ବଡ ଧରଣର ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ । ଯବାନଙ୍କୁ ନେଇ ଯାଉଥିବା ବସକୁ ଉଡାଇଦେଇଛନ୍ତି ମାଓବାଦୀ ।

ଏହି ଛାତିଥରା ଆଇଡି ବିସ୍ଫୋରଣରେ ୫ଜଣ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏହି ବିସ୍ଫୋରଣରେ ୧୫ ଜଣ ଯବାନ ଗୁରୁତର ଆହତ ହୋଇଥିବା ବେଳେ କିଛି ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ।

ତେବେ ସହିଦ ହୋଇଥିବା ୫ ଜଣ ଯବାନ ହେଉଛନ୍ତି, ଜୟ ଲାଲ ଉଇକେ, କରନ ଦେହାରୀ, ସେବକ ସଲାମ୍, ପବନ ମଣ୍ଡାବୀ ଏବଂ ବିଜୟ ପଟେଲ୍ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ବସରେ ୨୪ଜଣ ଡିଆରଜି ଯବାନ ଥିଲେ । ଏକ ଅପରେସନ ସାରି ଫେରୁଥିବା ବେଳେ, ଅଧାବାଟରେ ଛକି ରହିଥିଲେ ମାଓବାଦୀ । ଆଉ ଯବାନଙ୍କ ଗାଡି ଯେତେବେଳେ ନାରାୟଣପୁରରେ ପହଞ୍ଚିଥିଲା, ସେତେବେଳେ ସୈତାନ ମାଓବାଦୀ ଯବାନଙ୍କ ଗାଡିକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଇଥିଲେ ।