ମିଳିଲା ଯୋଡା ଦୁର୍ଘଟଣାରେ ମୃତକଙ୍କ ପରିଚୟ ; ମୃତକ ଯୋଡ଼ା ଆଜାଦ ବସ୍ତି ଅଞ୍ଚଳର କ୍ରିଷ୍ଣା ଭୂସାଲ, ପୁଅ ନିକିତ ଭୂସାଲ, ଅନ୍ୟ ଜଣେ ପଡୋଶୀଙ୍କ ପୁଅ ଗଶେଶ ଶର୍ମା

ମିଳିଲା ଯୋଡା ଦୁର୍ଘଟଣାରେ ମୃତକଙ୍କ ପରିଚୟ ; ମୃତକ ଯୋଡ଼ା ଆଜାଦ ବସ୍ତି ଅଞ୍ଚଳର କ୍ରିଷ୍ଣା ଭୂସାଲ, ପୁଅ ନିକିତ ଭୂସାଲ, ଅନ୍ୟ ଜଣେ ପଡୋଶୀଙ୍କ ପୁଅ ଗଶେଶ ଶର୍ମା

କନକ ବ୍ୟୁରୋ: ଯୋଡ଼ା ଡିଏଭି ସ୍କୁଲ ନିକଟରେ ଘଟିଥିବା ବଡ଼ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ଜଣଙ୍କର ମିଳିଛି ପରିଚୟ । ଟ୍ରକ୍ ଧକ୍କାରେ ବାପ-ପୁଅଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯୋଡ଼ା ଆଜାଦ ବସ୍ତି ଅଞ୍ଚଳର କ୍ରିଷ୍ଣା ଭୂସାଲ ଓ ତାଙ୍କ ପୁଅ ନିକିତ ଭୂସାଲ। ସେହିପରି ସନ୍ତୋଷ ଶର୍ମାଙ୍କ ପୁଅ ଗଣେଶ ଶର୍ମାଙ୍କର ମଧ୍ୟ ମୃତ୍ୟୁ ହୋଇଛି । କ୍ରିଷ୍ଣା ଭୁସାଲ ବାଇକ ଯୋଗେ ଦୁଇ ଛାତ୍ରଙ୍କୁ ସ୍କୁଲ ଛାଡ଼ିବାକୁ ଯିବା ବେଳେ ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଟ୍ରକ୍ ଘଟଣା ସ୍ଥଳରୁ ପଳାଇଥିବା ବେଳେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe