କନକ ବ୍ୟୁରୋ: କୋରାପୁଟ କୋଟ୍ଟପାଡ ପୌରାଂଚଳର ୧୩ ନମ୍ବର ୱାର୍ଡର ଏକ କୂଅରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ୩ ଜଣଙ୍କ ମଧ୍ୟରେ ୨୧ ବର୍ଷର ମା, ୨ ବର୍ଷର ପୁଅ ଓ ୮ ମାସର ଝିଅ ଅଛି । ଘଟଣା ପଛରେ ପାରିବାରିକ କଳହ ଅନୁମାନ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପଂହଚି ଅନୁସନ୍ଧାନ କରୁଛି । ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି । ଗତ ବୁଧବାର ଠାରୁ ଏହି ୩ ଜଣ ନିଖୋଜ ଥିଲେ । ଆଜି ସକାଳୁ ସେମାନଙ୍କ ମୃତଦେହ କୂଅରୁ ଉଦ୍ଧାର ହୋଇଛି ।