ଛତ୍ରପୁରରେ ଚାଚଂଲ୍ୟ । ଘରୁ ଉଦ୍ଧାର ହେଲା ୩ ଜଣଙ୍କ ମୃତଦେହ

346

କନକ ବ୍ୟୁରୋ : ଛତ୍ରପୁର ଅଂଚଳରେ ଚାଚଂଲ୍ୟ । ବନ୍ଦ ଘରୁ ମିଳିଲା ୩ ମୃତ ଦେହ । ମିଳିଥିବା ସୂଚନା ଅନୁସାରେ ଗୋଟିଏ ବନ୍ଦ ଘରୁ ବାପା , ମାଆ ଓ ଝିଅର ମୃତଦେହ ଉଦ୍ଧାର ହୋଇଛି । ଘର ବାହାରେ ମାଆ ଓ ଝିଅର ରକ୍ତାକ୍ତ ମୃତ ଦେହ ମିଳିଥିବା ବେଳେ ବାପାଙ୍କର ଝୁଲନ୍ତା ଅବସ୍ଥାରେ ହିଁ ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ସ୍ତ୍ରୀ ଓ ଝିଅଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । କିନ୍ତୁ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହାର କୌଣସି ସୂଚନା ମିଳିନାହିଁ । ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ପହଂଚି ଅଧିକ ଛାନଭିନ କରୁଛି ।