କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ବିଜାପଦର ଘାଟିରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ ଭାରସାମ୍ୟ ହରାଇ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ। ଗୋଟିଏ ବାଇକ ମାଲକାନଗିରିରୁ କୋରାପୁଟ ଜିଲ୍ଲାର ଜୟପୁର ଅଭିମୁଖେ ଯାଉଥିବା ବେଳେ ଅନ୍ୟଟି ବିପରୀତ ଦିଗରୁ ଆସୁଥିଲା । ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ଶବ ଉଦ୍ଧାର କରିଛି ।
ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଦୁଇ ବାଇକ୍ର ଗତି ଦ୍ରୁତ ଥିବାରୁ, ଉଭୟ ବାଇକ୍ର ଚାଳକମାନେ ଭାରସାମ୍ୟ ହରାଇଥିଲେ । ଫଳରେ ସେମାନେ ନିୟନ୍ତ୍ରଣ ହରାଇ ବାଇକ୍ରୁ ପଡ଼ିଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/28-1.jpg)