କନକ ବୁରୋ : ରାମନବମୀ ଯାତ୍ରା ଦେଖି ଫେରିବା ବେଳେ ଅଘଟଣ । ନୟାଗଡ଼ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛରେ ପିଟି ହୋଇ ୩ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମ ସ୍କୁଲ ସାହିର ମାଧବ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ନାୟକ ।

Advertisment

ଏମାନେ ରାମ ନବମୀ ଯାତ୍ରା ଦେଖି ଗତକାଲି ବିଳମ୍ବିତ ରାତିରେ ଫେରୁଥିବା ସମୟରେ ବୃଦ୍ଧାଶ୍ରମ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାଶ୍ୱର୍ରେ ଥିବା ଏକ ବରଗଛକୁ ଧକ୍କା ଦେଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ରକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୂର୍ଯ୍ୟକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ରାଜେଶ ଓ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।