ତାମିଲନାଡୁରେ ବିଷାକ୍ତ ମଦ ମୃତ୍ୟୁ, ଚାଲିଗଲା ୩ ଜୀବନ। ୧୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

100

କନକ ବ୍ୟୁରୋ: ତାମିଲନାଡୁ ମରକ୍କନମରେ ବିଷାକ୍ତ ମଦ ଯୋଗୁ ତିନିଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୧୦ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବିଷାକ୍ତ ମଦ ପିଇବା ପରେ ୧୬ ଜଣଙ୍କ ଅବସ୍ଥା ବିଗିଡିଥିଲା । ଏହା ପରେ ସେମାନଙ୍କୁ ପୁଡୁଚେରୀର ଜିପମର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଛି । ସେମାନେ ହେଉଛନ୍ତି ସୁରେଶ, ଶଙ୍କର, ରାନିବେଲ । ଡାକ୍ତରଖାନାରେ ଭର୍ତ୍ତିହୋଇଥିବା ଅନେକ ଲୋକଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପର୍ଣ୍ଣ ରହିଛି ।

ବିରୋଧୀ ଦଳ ନେତା ପଲାନୀସ୍ୱାମୀ ଷ୍ଟାଲିନ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ସେ ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେ କହିଛନ୍ତି, ଏଆଇଏଡିଏମକେ ସରକାର ନକଲି ମଦ ବକ୍ରି ଉପରେ ରୋକ ଲଗାଇବା ପାଇଁ ପ୍ରୟାସ କରିଥିଲେ । ତାହା ଶେଷ କରିବାରେ ଆମେ ଅସଫଳ ରହିଥିଲୁ । ଏଥିପାଇଁ ଏହି ସମସ୍ୟା ଆଜିବି ରାଜ୍ୟରେ ରହିଛି ।