ବାଲେଶ୍ୱରରେ ଟ୍ରାଭେଲରକୁ ଧକ୍କା ଦେଲା ଟ୍ରକ୍: ୩ ମୃତ, ୧୦ରୁ ଅଧିକ ଗୁରୁତର

ବାଲେଶ୍ୱରରେ ଟ୍ରାଭେଲରକୁ ଧକ୍କା ଦେଲା ଟ୍ରକ୍: ୩ ମୃତ, ୧୦ରୁ ଅଧିକ ଗୁରୁତର

କନକ ବ୍ୟୁରୋ: ବାଲେଶ୍ୱରରେ ଟ୍ରାଭେଲର ଗାଡ଼ିକୁ ଧକ୍କା ଦେଲା ଟ୍ରକ୍ । ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛି । ଏମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ସେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ିକୁ ଧକ୍କା ଦେଇଥିଲା ଟ୍ରକ୍ । ପୁରୀରୁ ଦେବକୁଣ୍ଡ ଯାଉଥିବା ଟ୍ରାଭେଲର ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗାଡ଼ିରେ ପ୍ରାୟ ୨୫ ଜଣ ଯାତ୍ରୀ ପିକନିକ୍ ପାଇଁ ଦେବକୁଣ୍ଡ ଯାଉଥିଲେ ।

publive-image

ସୂଚନା ଅନୁସାରେ, ପୁରୀ ବାଲିସାହି ଅଞ୍ଚଳରୁ ୨୫ ଜଣ ଯାତ୍ରୀଙ୍କୁ ନେଇ ଏକ ଟ୍ରାଭେଲର ଗାଡ଼ି ଦେବକୁଣ୍ଡ ଅଭିମୁଖେ ଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଯାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ିଟି ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe