ଭିସୁଟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୩ ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ । କ୍ୟାମ୍ପସକୁ ପୁରା ବିଶୋଧନ କରିବାକୁ ବୁର୍ଲା ଭିସୁଟ୍ କର୍ତୃପକ୍ଷଙ୍କ ନିଷ୍ପତି

87

କନକ ବ୍ୟୁରୋ : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ୩ ଦିନ ପାଇଁ ବନ୍ଦ । ଆସନ୍ତା ସୋମବାର ଯାଏଁ ବନ୍ଦ ରହିବ ଭିସୁଟ୍ । ଭିସୁଟରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କ୍ୟାମ୍ପସକୁ ବିଶୋଧନ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି ।

ବିଶ୍ୱବିଦ୍ୟାଳୟ ବିଶୋଧନ କରାଯିବା ପାଇଁ ଏହି ୩ ଦିନ ଧରି ଛୁଟି ଘୋଷଣା କରାଯାଇଛି । ଏହି ସମୟରେ ଅନଲାଇନରେ ପାଠପଢା ଜାରି ରହିବ । ଶିକ୍ଷକମାନେ ତତ୍ପର ରହିବାକୁ ଚିଠି ଜରିଆରେ ଅବଗତ କରାଇଛନ୍ତି ଭିସୁଟ୍ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ ।