ଚଳିତ ସପ୍ତାହର ଶେଷ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ୍  । ବିଭିନ୍ନ ଦାବି ନେଇ ଜାନୁଆର ୩୧ ଓ ଫେବ୍ରୁଆରୀ ୨ଦିନିଆ ବନ୍ଦ ଡାକରା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ ସଂଘ 

Advertisment
ଚଳିତ ସପ୍ତାହର ଶେଷ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ୍  । ବିଭିନ୍ନ ଦାବି ନେଇ ଜାନୁଆର ୩୧ ଓ ଫେବ୍ରୁଆରୀ ୨ଦିନିଆ ବନ୍ଦ ଡାକରା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ ସଂଘ 

କନକ ବ୍ୟୁରୋ : ଆପଣଙ୍କର କୌଣସି ବ୍ୟାଙ୍କ କାମ ଅଛି କି, ତେଣୁ ସତର୍କ ହୋଇ ଯାଆନ୍ତୁ ଆଉ ତୁରନ୍ତ ଶେଷ କରନ୍ତୁ । କାରଣ ଚଳିତ ସପ୍ତାହରେ ଶେଷ ୩ ଦିନ ବନ୍ଦ୍ ରହିବ ବ୍ୟାଙ୍କ୍ । ଆସନ୍ତା ଜାନୁଆର ୩୧ରୁ  ଦୁଇ ଦିନିଆ ବନ୍ଦ୍ ଡାକରା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ ସଂଘ । ଅର୍ଥାତ ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ ତାରିଖ ଦୁଇ ଦିନ ଧରି ବିଭିନ୍ନ ଦାବି ନେଇ ଧର୍ମଘଟ କରିବେ କର୍ମଚାରୀ । ଏଥିପାଇଁ ବନ୍ଦ୍ ରହିବ ବ୍ୟାଙ୍କ୍ । କର୍ମଚାରୀଙ୍କ ଦାବି ଗୁଡିକ ଭିତରେ ରହିଛି ବେତନରେ ୨୦ ପ୍ରତିଶତ ବୃଦ୍ଧି, ବ୍ୟାଙ୍କଗୁଡିକରେ ପାଂଚ ଦିନ କାର୍ଯ୍ୟଦିବସ, ମୂଳ ଦରମା ସହ ସ୍ୱତନ୍ତ୍ର ଭତାକୁ ମିଶାଇବା, ପେନସନର ଅପଡେସନ କରିବା, ପରିବାରକୁ ମିଳୁଥିବା ପେନସନରେ ସଂଶୋଧନ, କର୍ମଚାରୀ କଲ୍ୟାଣ ଫଣ୍ଡର ପରିଚାଳନା ଲାଭର ଆଧାର ଉପରେ ବଂଟାଯିବା, ଅବସର ନେବା ସମୟରେ ମିଳୁଥିବା ଲାଭକୁ ଆୟକରରୁ ବାହାରେ ରଖିବା, ଶାଖାମାନଙ୍କରେ କାର୍ଯ୍ୟ ସମୟ ଓ ଲଂଚ ସମୟର ଉପଯୁକ୍ତ ଭାବେ ବଂଟନ ।

publive-imageଏହି ସବୁ ପ୍ରମୁଖ ଦାବି ନେଇ ବ୍ୟାଙ୍କ କର୍ମଚାରୀ ୨ ଦିନ ଦେଶବ୍ୟାପି ଧର୍ମଘଟ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ମୁଖ୍ୟ ଶ୍ରମ ଆୟୁକ୍ତଙ୍କ ସହ ଆଲୋଚନା ବିଫଳ ହେବା ପରେ ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ୍ସ ପକ୍ଷରୁ ଏହି ବନ୍ଦ୍ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସରସ କନଫେଡେରେସନ ସମେତ ୯ଟି ସଂଗଠନ ସମର୍ଥନ ଜଣାଇଛନ୍ତି । ଅଧିକାଂଶ ସଂଗଠନ ଏହି ଧର୍ମଘଟକୁ ସମର୍ଥନ କରୁଥବାରୁ ବ୍ୟାଙ୍କ ସେବା ପ୍ରଭାବିତ ହେବ ବୋଲି କୁହାଯାଉଛି । ୨୦୧୭ରୁ ବେତନ ବୃଦ୍ଧି ଦାବି କରି ଆସୁଛନ୍ତି ବ୍ୟାଙ୍କ କର୍ମଚାରୀ । ସେହିପରି ଫେବ୍ରୁଆରୀ ୨ ତାରିଖ ରବିବାର ଛୁଟିଦିନ ପଡୁଥିବାରୁ ବ୍ୟାଙ୍କ ତିନି ଦିନ ବନ୍ଦ୍ ରହିବ  । ତେଣୁ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ସୃ୍ଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe