କନକ ବ୍ୟୁରୋ: ଝାରସୁଗୁଡାରେ ଆରମ୍ଭ ହୋଇଛି ୩ ଦିନିଆ ଶିଳ୍ପ ସମ୍ମିଳନୀ । ଗତକାଲି ପ୍ରଥମ ଦିନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗ ଦେଇଛନ୍ତି । ଉଦଘାଟନୀ ଦିବସରେ ଝାରସୁଗୁଡା ଶିଳ୍ପ ସମ୍ମିଳନୀରେ ୧୧ଟି କଂପାନୀ ସହ ଏମଓୟୁ ସ୍ୱାକ୍ଷର କରାଯାଇଛି । ଏଥିରେ ପ୍ରାୟ ୨୩ ହଜାର ୩୮୯ କୋଟି ଟଙ୍କାର ପୁଞ୍ଜିବିନିଯୋଗ ସହ ୧୫ ହଜାର ୧୬୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି ବୋଲି ସୂଚନା ଦିଆଯାଇଛି । ଝାରସୁଗୁଡା ଅମଲିପାଲି ପଡ଼ିଆରେ ଆରମ୍ଭ ହୋଇଥିବା ଶିଳ୍ପ ସମ୍ମିଳନୀରେ ୮୦ରୁ ଅଧିକ କମ୍ପାନୀର ପ୍ରତିନିଧି ଯୋଗ ଦେଇଛନ୍ତି । ଏହି ଅବସରରେ ପ୍ରାୟ ୧୦୦ଟି ଷ୍ଟଲର ପ୍ରଦର୍ଶନୀକରାଯାଇଛି । ବେଦାନ୍ତ, ବିର୍ଲାଗ୍ରୁପ, ସହ ଅନେକଗୁଡ଼ିଏ କଂପାନୀର ପ୍ରତିନିଧି ଯୋଗଦେଇଛନ୍ତି ।