ଜାମ୍ମୁରେ ଅଭାବନୀୟ କାଣ୍ଡ ! ନିଜର ୩ ସାଥୀ ଯବାନଙ୍କୁ ହତ୍ୟା କଲେ ସିଆରପିଏଫ ଯବାନ

Advertisment
ଜାମ୍ମୁରେ ଅଭାବନୀୟ କାଣ୍ଡ ! ନିଜର ୩ ସାଥୀ ଯବାନଙ୍କୁ ହତ୍ୟା କଲେ ସିଆରପିଏଫ ଯବାନ

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ଉଧାମପୁରରେ ଜଣେ ସିଆରପିଏଫ ଯବାନ ନିଜର ୩ ଜଣ ସାଥୀ ଯବାନଙ୍କୁ ଅତର୍କିତ ଗୁଳିମାଡ଼ କରିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ୩ ଜଣଙ୍କୁ ଗୁଳି ମାରିଥିବା ଯବାନ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । ତାଙ୍କର ଅବସ୍ଥା ଅତ୍ୟନ୍ତ ଉଦବେଗଜନକ ରହିଛି। କୌଣସି କାରଣରୁ ଏହି ଯବାନଙ୍କ ସହ ଅନ୍ୟ ୩ ଜଣଙ୍କ ବିବାଦ ହୋଇଥିଲା।

publive-image image courtesy - www.indiatvnews.com

ଏହି ଯବାନମାନେ ୧୮୭ ବାଟାଲିୟନର ବୋଲି ଜଣାପଡ଼ିଛି। ଏହି ଘଟଣା ଅନ୍ୟ ଯବାନଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ମାମଲାର ଖୋଳତାଡ଼ ଆରମ୍ଭ ହୋଇଯାଇଛି। କନେଷ୍ଟବଳ ଅଜିତ ସିଂହ ନିଜ ବନ୍ଧୁକରୁ ହେଡ୍ କନେଷ୍ଟବଳ ପୋଖରମଲ, ହେଡ୍ କନେଷ୍ଟବଳ ଯୋଗୀନ୍ଦର ସିଂହ ଏବଂ ଉମ୍ମେଦ ସିଂହଙ୍କୁ ଅତି ନିକଟରୁ ଗୁଳି ମାରିଥିଲେ ଏବଂ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଅଜିତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସିଆରପିଏଫ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe