ଦୀପାବଳିରେ ବାଣ ଯୋଗୁ ବଡ ଅଘଟଣ । ଗୁହାଳେ ନିଆଁ ଲାଗି ୩ଗୋରୁ ସମ୍ପୁର୍ଣ୍ଣ ଦଗ୍ଧ
3 Cows Charred To Death As Fire Erupts In Cowshed In Balipatna
କନକ ବ୍ୟୁରୋ : ଦୀପାବଳିରେ ବାଣ ଯୋଗୁ ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ । ବାଲିପାଟଣାର ବିଭିନ୍ନ ସ୍ଥାନରେ ନିଆଁ ଲାଗି ଦୁର୍ଘଟଣା ଘଟିଛି । ସେହିଭଳି ବାଲିଅନ୍ତା ବ୍ଳକ ପ୍ରତାପୁରୁଦ୍ରପୁର ପାରିବାସୁ ଦେବପୁର ମଲ୍ଲିକ ସାହିରେ ବାଣରୁ ନିଆଁ ଲାଗି ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ବାଣରୁ ନିଆଁ ଆସି ଗୁହାଳ ଘରେ ଲାଗି ଘରଟି ସମ୍ପୁର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବା ବେଳେ ସେଥିରେ ଥିବା ଗୋରୁ ୩ଟି ସମ୍ପୁର୍ଣ୍ଣ ଦଗ୍ଧ ହୋଇଯାଇଛନ୍ତି । କିଛି ସମୟ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।