ଗଞ୍ଜାମରେ ଆଉ ୩ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ: ଚିକିଟିରୁ ୨ ଓ ଶେରଗଡରୁ ଜଣେ; ଟ୍ୱିଟ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ

Advertisment
ଓଡିଶା ପାଇଁ ଖୁସି ଖବର । ଆଜି ରାଜ୍ୟରୁ ସୁସ୍ଥ ହେଲେ ୩ ହଜାର ୮୮୫ ଆକ୍ରାନ୍ତ । ଏହାସହ ୨ ଲକ୍ଷ ୨୪ ହଜାର ୨୭୩ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ପୁଣି ତିନିଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ଜଣେ ଶେରଗଡ଼ର ଏବଂ ଅନ୍ୟ ଦୁଇଜଣ ଚିକିଟି ବ୍ଲକର ବୋଲି ଜଣାଯାଇଛି। ଆଜି ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହାଛଡ଼ା ସାନଖେମୁଣ୍ଡି ବ୍ଲକର ଜଣେ ବ୍ୟକ୍ତି ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଛତ୍ରପୁର ଏସଡିପିଓ ଏବଂ ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଗଞ୍ଜାମ ଏସପି ଟୁଇଟ୍ କରି ସୂଚନା ଦେଇଥିଲେ। ସେ ଉଭୟଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାରେ ଗତ ଶୁକ୍ରବାର ପୁଣି ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । କିଛି ଦିନ ପୂର୍ବରୁ ଜିଲ୍ଲାରେ କରୋନା ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତ ୧୦ ତାରିଖ ଦିନ ଜଣେ ଚିହ୍ନଟ ହୋଇଥିବା ବେଳେ ଆଜି ୩ ଜଣ ଚିହ୍ନଟ ହୋଇ କୋଭିଡ଼ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଚିହ୍ନଟ ହୋଇଥିବା ତିନି ସଂକ୍ରମିତଙ୍କ ମଧ୍ୟରେ ଜଣେ ସୀମାନ୍ତ ମୋଟୁ ପ୍ରବେଶ ପଥରେ କାର୍ଯ୍ୟରତ ପୁଲିସ ହାବିଲଦାର ଥିବା ବେଳେ ଜଣେ କୋରକୋଣ୍ଡା ତାର୍ଲାକୋଟାସ୍ଥିତ ଟିଏମସିର ପ୍ରବାସୀ ଓ ଅନ୍ୟ ଜଣକ ସେହି ଟିଏମସିର ଆଟାଣ୍ଡାଣ୍ଟ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe