ଡ୍ୟୁଟିରେ ଥାଇ ବି ନିଜ ଉପରେ ଆୟତ୍ତ ନାହିଁ । ଟୁରିଷ୍ଟ ଫାଣ୍ଡିରେ ମଦ ପିଉଥିବା ବେଳେ ଧରାପଡିଲେ ୩ ପୋଲିସ କନେଷ୍ଟବଳ

Advertisment
ଡ୍ୟୁଟିରେ ଥାଇ ବି ନିଜ ଉପରେ ଆୟତ୍ତ ନାହିଁ । ଟୁରିଷ୍ଟ ଫାଣ୍ଡିରେ ମଦ ପିଉଥିବା ବେଳେ ଧରାପଡିଲେ ୩ ପୋଲିସ କନେଷ୍ଟବଳ

100

କନକ ବ୍ୟୁରୋ : ମଦ ପିଇ ନିଶାସକ୍ତ ଅବସ୍ଥାରେ ତିନି ଜଣ କନେଷ୍ଟବଳ ରାତିରେ ଧରାପଡ଼ିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା କିଆକାଣ୍ଡିର ଶିଶିର ମୁର୍ମୁ, ଖୋର୍ଧା ଜିଲ୍ଲା ବାଣପୁରର ସଂଜୟ ମହାନ୍ତି ଏବଂ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ନିରଞ୍ଜନ ବାରିକ। ଏମାନେ ଟୁରିଷ୍ଟ ଫାଣ୍ଡିରେ ନିଯୁକ୍ତି ପାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୧୦ଟା ବେଳେ ସିଟି ଡିଏସ୍ପି କ୍ଷୀରସାଗର ନାୟକ କୌଣସି ସୂତ୍ରରୁ ଖବର ପାଇ ଅଚାନକ ସ୍ଥାନୀୟ ଟୁରିଷ୍ଟ ଫାଣ୍ଡି ଉପରେ ଚଢ଼ଉ କରିଥିଲେ। ତିନି ଜଣ କନେଷ୍ଟବଳ ସେଠାରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଏ ସଂପର୍କରେ ପୁରୀ ଏସପି  ଉମାଶଙ୍କର ଦାଶ କହିଛନ୍ତି, ୩ ଜଣଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ରିପୋର୍ଟ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe