କନକ ବ୍ୟୁରୋ : ଏମକେସିଜିରେ ୩ ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରୁ ଅକ୍ସିଜେନ୍ ଦେବା ଘଟଣା ନୂଆ ମୋଡ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଥିବା ତଦନ୍ତରେ ବଡ ଖୁଲାସା ହୋଇଛି । ଯେଉଁ ତିନି ଜଣ ଶିଶୁଙ୍କୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା, ସେମାନଙ୍କୁ ଅକ୍ସିଜେନର ଆବଶ୍ୟକତା ନଥିଲା । ଏସଏନସିୟୁ ମଧ୍ୟରେ ନବଜାତଙ୍କୁ ଅକ୍ସିଜେନ ବ୍ୟବସ୍ଥା କରାଯାଇ ନଥିଲା ।

Advertisment

ତେବେ ଶିଶୁଙ୍କ ଇକୋ କରାଇବା ପାଇଁ ଏସଏନସିୟୁରୁ ନେବାବେଳେ କିଏ ଓ କାହିଁକି ଅକ୍ସିଜେନ୍ ବ୍ୟବସ୍ଥା କରାଇଲା ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ଏହାରି ଭିତରେ ଶିଶୁରୋଗ ବିଭାଗୀୟ ମୁଖ୍ୟଙ୍କ ପ୍ରତିକ୍ରିୟା ଆସିଛି । ପ୍ରତିକ୍ରିୟାରେ ଖାମଖିଆଲି ଭାବେ କହିଛନ୍ତି, ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରେ ଅକ୍ସିଜେନ୍ ଦିଆଯାଇଛି । ଏଥିରେ କିଛି ଅସୁବିଧା ନାହିଁ । ଘଟଣାର ତଦନ୍ତ ପାଇଁ ଶିଶୁ ବିଭାଗ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏମକେସିଜି ଅଧିକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର ।

ଶନିବାର ତିନି ଶିଶୁଙ୍କୁ ଏସଏନସିୟୁରୁ ହୃଦରୋଗର ସୁପରସ୍ପେଶାଲିଷ୍ଟ ବ୍ଲକକୁ ନେବାବେଳର ଦୃଶ୍ୟ ସାମ୍ନାକୁ ଆସିଥିଲା । ତିନି ଶିଶୁଙ୍କୁ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦିଆଯାଉଥିଲା ଅକ୍ସିଜେନ୍ । ବେଶ ବିପଦ ସଙ୍କୁଳ ଅବସ୍ଥାରେ ଶିଶୁଙ୍କୁ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ନିଯାଉଥିବାର ଦେଖିବାକୁ ମିଳିିଥିଲା । ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ ପାଇବା ପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡାକ୍ତରଖାନା କର୍ତୃପକ୍ଷ । ହେଲେ ଏବେ ଘଟଣାକୁ ନେଇ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଲାଣି । ସେମାନଙ୍କୁ ଅକ୍ସିଜେନ୍ର ଆବଶ୍ୟକତା ନଥିବା ଜଣାପଡିଛି ।