ରାସ୍ତାରୁ ଅଫୁଟା ବାଣ ଗୋଟାଇ ନିଆଁ ଲଗାଇବା ବେଳେ ବିସ୍ଫୋରଣ : ୩ ଗୁରୁତର, କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ

Advertisment
ରାସ୍ତାରୁ ଅଫୁଟା ବାଣ ଗୋଟାଇ ନିଆଁ ଲଗାଇବା ବେଳେ ବିସ୍ଫୋରଣ : ୩ ଗୁରୁତର, କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ

କନକ ବ୍ୟୁରୋ : ରାସ୍ତାରୁ ଅଫୁଟା ବାଣ ଗୋଟାଇ ନିଆଁ ଲଗାଇବା ବେଳେ ବିସ୍ଫୋରଣ । ୩ ଜଣ ନବାବାଳକ ଗୁରୁତର । ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଏଭଳି ଏକ ଅଘଟଣ ଘଟିଛି । ଦୁଇ ଆହତଙ୍କ ବୟସ ୧୦ ଓ ୧୧ ବର୍ଷ ଭିତରେ ବୋଲି ଜଣାପଡିଛି । ଗାଁ ନିକଟରେ ଖେଳୁ ଥିବା ବେଳେ ଏକ ଅଫୁଟା ବାଣ ଗୋଟାଇ ଆଣିଥିଲେ ଏହି ପିଲାମାନେ ।

ପରେ ନିଜ ବାଡ଼ି ପଛରେ ନିଆଁ ଲଗାଇବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ପ୍ରଚଣ୍ଡ ଶବ୍ଧ ଶୁଣି ଲୋକେ ସେଠାକୁ ଦୌଡ଼ି ଆସିଥିଲେ । ବିସ୍ଫୋରଣରେ ୩ ନାବାଳକଙ୍କ ହାତ ମୁହଁ ପ୍ରଭୃତି ଜଳି ଯାଇଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆ ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe