କନକ ବ୍ୟୁରୋ: ତାମିଲନାଡୁର ଚେଙ୍ଗଲପଟ୍ଟୁର ଉରାପକ୍କମ୍ ରେଳ ଷ୍ଟେସନରେ ରେଳ ଧାରଣା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ୩ ଶିଶୁଙ୍କ ଉପରେ ଚଢିଗଲା ଟେନ୍ । ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତୁୃ୍ୟ ହୋଇଛି । ଟ୍ରେନ୍ ଧକ୍କାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ୩ ମୃତ ଶିଶୁଙ୍କ ମଧ୍ୟରୁ ୨ଜଣ ଦିବ୍ୟାଙ୍ଗ ଥିବା ଜଣାପଡିଛି ।

Advertisment

ସୂଚନା ମୁତାବକ, ୩ ଶିଶୁ ରେଲୱେ ଟ୍ରାକ୍ କଡରେ ଖେଳୁଥିଲେ ଏବଂ ଘରକୁ ଯିବାକୁ ଟ୍ରାକ୍ ପାରି ହେଉଥିବାବେଳେ ଦ୍ରୁତଗତିରେ ଅସୁଥିବା ଟ୍ରେନ୍ ତାଙ୍କ ଉପରେ ଚଢିଯାଇଥିଲା । ଗୁଡୁଭଂଚେରୀ ପୁଲିସ ସହ ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଟ୍ରକରୁ ଉଠାଇବା ସହ ସେମାନଙ୍କ ପରିବାରକୁ ଜଣାଇଛି । ସେମାନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ତଦନ୍ତ ଆରମ୍ଭ ହୋଇଛି ।