କନକ ବ୍ୟୁରୋ: ଆମେରିକାରେ ପୁଣି ଥରେ ଗୁଳିବିନିମୟର ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଦିନ ମେରିଲ୍ୟାଣ୍ଡର ଏକ ଘରେ ଦୁଇ ଜଣ ବୟସ୍କ ଏବଂ ତିନି ଜଣ ଶିଶୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗୁଳିକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତ୍କ ମଧ୍ୟରୁ ଜଣେ ୯୧୧ କୁ କଲ୍ କରି ପୋଲିସକୁ ଏହି ଗୁଳିବିନିମୟ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।

Advertisment

ସେସିଲ୍ କାଉଣ୍ଟି ଶେରିଫ୍ ସ୍କଟ୍ ଆଡାମସ୍ କହିଛନ୍ତି ଯେ ଶୁକ୍ରବାର ସକାଳେ ଇଲ୍କ ମିଲ୍ସର ଏକ ଦୁଇ ମହଲା ଘରେ ଜଣେ ପୁରୁଷ, ଜଣେ ମହିଳା ଏବଂ ତିନି ପିଲାଙ୍କ ମୃତଦେହ ମିଳିଥିଲା। ଏହି ତିନି ପିଲା ଯଥାକ୍ରମେ ୧୦ ବର୍ଷ, ୧୨ ବର୍ଷ ଏବଂ ୧୩ବର୍ଷର ହୋଇଥିବାବେଳେ ଅନ୍ୟ ଦୁଇ ପ୍ରାପ୍ତ ବୟସ୍କଙ୍କ ମୃତ୍ୟୁ ହୋଇଛି ।

ପୋଲିସ ଅଧିକାରୀଙକ କହିବା ମୁତାବକ, ମୃତଦେହଗୁଡ଼ିକ ରକ୍ତ ଜୁଡୁବୁଡୁ ହୋଇ ଘରର ବିଭିନ୍ନ ସ୍ଥାନରେ ପଡ଼ିରହିଥିଲା। ମୃତକଙ୍କ ପଡ଼ୋଶୀ କହିଛନ୍ତି ଯେ, ତିନି ସନ୍ତାନ ଥିବା ଏହି ଦମ୍ପତି ଅତି କମରେ ପାଞ୍ଚ ବର୍ଷ ଧରି ଏଠାରେ ରହୁଥିଲେ। ସେ କହିଛନ୍ତି ଯେ ଏହି ଦମ୍ପତି ଏଠାରେ ରହୁଥିଲେ ଏବଂ ପିଲାମାନେ ହଷ୍ଟେଲରେ ରହୁଥିଲେ ଏବଂ ସେମାନେ ଖ୍ରୀଷ୍ଟମାସ ଏବଂ ଅନ୍ୟାନ୍ୟ ଛୁଟିଦିନରେ ଆସୁଥିଲେ। ଅଧିକାରୀମାନେ କହିଛନ୍ତି ଯେ ଏହି ତିନି ପିଲା ଦୁଇ ଝିଅ ଏବଂ ଜଣେ ପୁଅ ଥିଲେ।