ତେଲ ନଦୀରେ ଦୁର୍ଘଟଣା । ପାଣିରେ ବୁଡି ୩ ଶିଶୁ ମୃତ

ତେଲ ନଦୀରେ ଦୁର୍ଘଟଣା । ପାଣିରେ ବୁଡି ୩ ଶିଶୁ ମୃତ

କନକ ବ୍ୟୁରୋ : ନବରଙ୍ଗପୁର ତୋହରାର ତେଲ ନଦୀରେ ଗୁରୁବାର ବୁଡ଼ି ଯାଇ ତିନିଜଣ ଶିଶୁଙ୍କୁ ମୃତ୍ୟୁ ହୋଇଛି। ମୃତ ଶିଶୁଙ୍କ ବୟସ ୩ରୁ ୬ବର୍ଷ ମଧ୍ୟରେ ହେବ, ଏଥିରେ ଦୁଇଜଣ ଝିଅ ଓ ଜଣେ ପୁଅ ରହିଥିବା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଆଜି ତିନିଜଣ ଶିଶୁ ତୋହରାର ତେଲ ନଦୀକୁ ଗାଧେଇବାକୁ ଯାଇଥିଲେ। ଗାଧୋଉ ଥିବା ବେଳେ ଜଣକ ପରେ ଜଣେ ଏପରି ତିନିଜଣ ଶିଶୁ ନଦୀରେ ବୁଡ଼ି ଯାଇଥିଲେ। ଘରକୁ ଫେରିବା ବିଳମ୍ବ ହୋଇଥିବାରୁ ପରିବାରଲୋକ ଅନେକ ଖୋଜାଖୋଜି କରିଥିଲେ। ପରେ ସ୍ଥାନୀୟ ଲୋକେ ନଦୀରେ ତିନିଜଣ ଶିଶୁ ବୁଡ଼ି ଯାଇଥିବା ଜାଣି ଉମକୋଟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀ ଭିତରୁ ତିନିଜଣ ଶିଶୁଙ୍କ ମୃତ୍ୟୁଦେହ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ମୃତଦେହକୁ ଶିଶୁଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଥିଲା। ଏହି ଘଟଣାପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ଗାଁ ଦାଣ୍ଡ ମୃତ ଶିଶୁଙ୍କ ପରିବାରଲୋକଙ୍କ କାନ୍ଦରେ ଫାଟି ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe