କନକ ବ୍ୟୁରୋ : ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୪୯ ତମ ଜାତୀୟ ରାଜପଥରେ ସଦର ଥାନା ସମ୍ମୁଖ ବିଟିଏମଠାରେ ୩ଟି ଟ୍ରକ୍ ଓ ଟ୍ରଲର ମଧ୍ୟରେ ଧକ୍କା ଦେଇଛନ୍ତି । ଯାହା ଫଳରେ ଗାଡିଗୁଡିକରେ ନିଆଁ ଲାଗିଯାଇ ୩ ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ରାତି ପ୍ରାୟ ଗୋଟାଏ ବେଳେ ବେଲପାହାଡ ଆଡକୁ ଯାଉଥିବା ୧୬ ଚକିଆ ଟ୍ରଲର ସହ ଏକ ହାଇବା ଓ ୨୨ ଚକିଆ ଟ୍ରଲର ପରସ୍ପରକୁ ଧକ୍କା ଦେଇଥିଲା । ଯାହାପରେ ୩ ଟି ଟ୍ରକରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି ।

Advertisment