କନକ ବ୍ୟୁରୋ: ସିଂହଦ୍ୱାର ଆଗରେ ପହଞ୍ଚିଲା ତିନିରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ । ନବଦିନାତ୍ମକ ଯାତ୍ରା ପରେ ବାହୁଡିଛନ୍ତି ଜଗାବଳିଆ । ଗୁଣ୍ଡିଚାମନ୍ଦିରରୁ ବଡଭାଇ ଓ ଭଉଣୀଙ୍କ ସହ ଜଗତର ନାଥ ଜଗନ୍ନାଥ ଶ୍ରୀମନ୍ଦିରକୁ ବାହାରିଛନ୍ତି । ଘଣ୍ଟଘଣ୍ଟା , ହରିବୋଲ ଓ ହୁଳୁହୁଳିରେ ପ୍ରକମ୍ପିତ ହୋଇଛି ପରିବେଶ । ଶ୍ରୀମନ୍ଦିର ଅଭିମୁଖେ ତିନିରଥ ଟାଣିଛନ୍ତି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ରଥ, ପରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡିଛି । ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ତିନିରଥକୁ ଟାଣିଛନ୍ତି ଭକ୍ତ ।

ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ମାଉସୀ ମା’ ମନ୍ଦିର ନିକଟରେ ଲାଗି ହୋଇଛି ପୋଡପିଠା । ଆଉ ଶ୍ରୀନଅରରରେ ଶ୍ରୀନଅର ସାମ୍ନାରେ ହୋଇଛି ଲକ୍ଷ୍ମୀ-ନୃସିଂହ ଭେଟଘାଟ । ସିଂହଦ୍ୱାର ଆଗରେ ପ୍ରଥମେ ତଳଧ୍ବଜ, ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ପହଞ୍ଚିଛି । ବୁଧବାର ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ହେବ ।