କନକ ବ୍ୟୁରୋ: ରାତି ପାହିଲେ ଶ୍ରୀଗୁଣ୍ଡିଚା ଯାତ୍ରା । ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସିବେ ବ୍ରହ୍ମାଣ୍ଡପତି । ୩ ରଥରେ ବସି ଗୁଣ୍ଡିଚା ଘରକୁ ଯିବେ ଶ୍ରୀଜିଉ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ଆସି ୩ ରଥରେ ବିଜେ କରାଯାଇଛି । ଏହାପରେ ରଥଖଳାରୁ ୩ ରଥକୁ ସିଂହଦ୍ୱାର ଯାଏ ଟାଣିଟାଣି ନିଆଯାଉଛି ।

Advertisment

ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନି ରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ବିଗ୍ରହ। ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡୁଛି । ତେଣୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଆସନ୍ତାକାଲି ଦିନ ୧ଟାରେ ପହଣ୍ଡି ସହ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ ରଥଟଣା । ସୂର୍ୟ୍ୟାସ୍ତ ପରେ ରଥଟଣା ବାରଣ ଥିବାରୁ ୮ ତାରିଖରେ ପୁଣି ଥରେ ରଥଟଣା ଯିବ । ତେଣୁ ଚଳିତ ବର୍ଷ ଦୁଇ ଦିନ ରଥ ଟାଣିବାର ସୁଯୋଗ ପାଇବେ ଭକ୍ତ ।