ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ଠାକୁରଙ୍କ ରଥ । ଶ୍ରୀଜିଉ ପହଞ୍ଚିବା ପରେ ଗୀତଗୋବିନ୍ଦ ଗାନ କଲେ ସେବାୟତ

120

କନକ ବ୍ୟୁରୋ: ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ତିନି ଠାକୁରଙ୍କ ରଥ । ପ୍ରଥମରେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସାମ୍ନାରେ ପହଞ୍ଚିଥିଲା । ସିଂହଦ୍ୱାରରେ ରଥ ପହଞ୍ଚିବା ପରେ ସେବାୟତ ମାନେ ଗୀତଗୋବିନ୍ଦ ଗାନ କରିଥିଲେ । ଏକାସ୍ୱରରେ ସେବାୟତମାନେ ଗୀତଗୋବିନ୍ଦ ଗାନ କରିଛନ୍ତି ।

ଆଜି ବାହୁଡାଯାତ୍ରାରେ ଜନ୍ମବେଦୀରୁ ବାହାରି ରତ୍ନବେଦୀ ଅଭିମୁଖେ ବାହାରିଥିଲେ । ବାହୁଡା ବେଳେ ପ୍ରବଳ ବର୍ଷା ହୋଇଥିଲା । ବର୍ଷାରେ ଭିଜି ଭିଜି ସେବାୟତମାନେ ରଥକୁ ଟାଣିନେଇଥିଲେ । ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ବି କଟକଣା ଲାଗୁ ହୋଇଥିଲା ।