ଶରଧାବାଲିରେ ପହଞ୍ଚିଲା ୩ ରଥ । ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ଭିଡ । 

Advertisment
ରଥ ଉପରେ ନୀତି ବିଳମ୍ବ : ଏ ଯାଏଁ ଉପାସରେ ମହାପ୍ରଭୁ; ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହେଉଥିବା ଅଭିଯୋଗ

କନକ ବ୍ୟୁରୋ : ଶରଧାବାଲିରେ ପହଞ୍ଚିଲା ୩ ରଥ । ଅଧବାଟରେ ଅଟକିଥିବା ଉଭୟ ଦର୍ପଦଳନ ଓ ନନ୍ଦିଘୋଷ ରଥ ଆଜି ଶରଧାବାଲିରେ ପହଞ୍ଚିଛି । ଶରଧାବାଲିରେ ରଥ ଉପରୁ ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।

ଗତକାଲି କେବଳ ବଡଭାଇ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଶରଧାବାଲିରେ ପହଞ୍ଚିଥିଲା । ତେବେ ବଡଶଙ୍ଖରେ ଦର୍ପଦଳନ ଓ ବଳଗଣ୍ଡି ଠାରେ ଅଟକି ରହିଥିଲା ନନ୍ଦିଘୋଷ ରଥ । ତେବେ ଆଜି ସକାଳୁ ସକାଳୁ ପୁଣିଥରେ ଭକ୍ତମାନେ ରଥ ଟାଣି ଶରଧାବାଲିରେ ପହଞ୍ଚାଇଥିଲେ । ରଥଟଣା ହେବା ପୂର୍ବରୁ ରଥ ଉପରେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ହୋଇଥିଲା । ଆସନ୍ତାକାଲି ଜନ୍ମବେଦୀକୁ ଯିବେ ଶ୍ରୀଜିଉ ।

ଅନ୍ୟପଟେ ରଥରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ଗହଳି ଲାଗିଛି । ଭଜନ କୀର୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଘଣ୍ଟନାଦ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହେଉଛି ପୂରା ପରିବେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe