କନକ ବ୍ୟୁରୋ : ଶରଧାବାଲିରେ ପହଞ୍ଚିଲା ୩ ରଥ । ଅଧବାଟରେ ଅଟକିଥିବା ଉଭୟ ଦର୍ପଦଳନ ଓ ନନ୍ଦିଘୋଷ ରଥ ଆଜି ଶରଧାବାଲିରେ ପହଞ୍ଚିଛି । ଶରଧାବାଲିରେ ରଥ ଉପରୁ ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।
ଗତକାଲି କେବଳ ବଡଭାଇ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଶରଧାବାଲିରେ ପହଞ୍ଚିଥିଲା । ତେବେ ବଡଶଙ୍ଖରେ ଦର୍ପଦଳନ ଓ ବଳଗଣ୍ଡି ଠାରେ ଅଟକି ରହିଥିଲା ନନ୍ଦିଘୋଷ ରଥ । ତେବେ ଆଜି ସକାଳୁ ସକାଳୁ ପୁଣିଥରେ ଭକ୍ତମାନେ ରଥ ଟାଣି ଶରଧାବାଲିରେ ପହଞ୍ଚାଇଥିଲେ । ରଥଟଣା ହେବା ପୂର୍ବରୁ ରଥ ଉପରେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ହୋଇଥିଲା । ଆସନ୍ତାକାଲି ଜନ୍ମବେଦୀକୁ ଯିବେ ଶ୍ରୀଜିଉ ।
ଅନ୍ୟପଟେ ରଥରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ଗହଳି ଲାଗିଛି । ଭଜନ କୀର୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଘଣ୍ଟନାଦ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହେଉଛି ପୂରା ପରିବେଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Screen-Shot-2023-06-21-at-10.41.07-AM.jpg)